ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ନବୀନଙ୍କ ଭୋଟ୍ ଅପିଲ୍, ସମ୍ବଲପୁରୀ ଭାଷାରେ କଲେ ଅନୁରୋଧ

Published By : Prameya-News7 Bureau | May 22, 2024 IST

ଭୁବନେଶ୍ବର ୨୨।୫: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ୍‌ ଦେବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅସରନ୍ତି ଅବଦାନ ରହିଛି । ଆଜି ମା’ ସମଲେଇ ଏହି ମାଟିର ସେବା କରିବାକୁ ତାଙ୍କୁ ସୁଯୋଗ ଦେଇଛନ୍ତି । ଆମ ଯୁବ ନେତା ବବି ବାବୁ ସମ୍ବଲପୁର ଏବଂ ଏହି ଅଞ୍ଚଳ ଲାଗି ଦିନରାତି ଆପଣଙ୍କ ସାଙ୍ଗରେ ଠିଆ ହେବେ ଏବଂ ସମ୍ବଲପୁରର ଉନ୍ନତି କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । 



ସେପଟେ ମୁଖ୍ୟମନ୍ତ୍ରୀଙ୍କ ଭୋଟ୍ ଅପିଲ୍ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଣବ ପ୍ରକାଶ ଦାସ । 

You Can Read :

ବିଜେଡିକୁ ବାଏ ବାଏ କଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.