ସେନସେକ୍ସରେ ୯୪୧ ଅଙ୍କର ଜବରଦସ୍ତ ବୃଦ୍ଧି, ନିବେଶକଙ୍କ ଲାଭ ୨.୨୪ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ସେନସେକ୍ସ ଏବଂ ନିଫ୍ଟି ସୋମବାର ଏପ୍ରିଲ୍ ୨୯ରେ ୧ ପ୍ରତିଶତରୁ ଅଧିକ ଉପରକୁ ଉଠି ବନ୍ଦ ହୋଇଛି । ବ୍ୟାଙ୍କିଂ ସେୟାରରେ ଜବରଦସ୍ତ ବୃଦ୍ଧି ଏବଂ ଏସିଆ ବଜାରର ମିଳିଥିବା ସକାରାତ୍ମକ ସଂକେତ ଯୋଗୁଁ ସେନସେକ୍ସ ଆଜି ୯୪୧ ଅଙ୍କ ବଢିଛି । ଅନ୍ୟପଟେ ନିଫ୍ଟି ୨୨,୬୦୦ ସ୍ତର ପାର କରିଛି । ଏଥିପାଇଁ ଆଜି ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କା ବଢିଛି । ବ୍ୟାଙ୍କ ନିଫ୍ଟି ୨ ପ୍ରତିଶତରୁ ଅଧିତ ବଢି ୪୯,୪୭୩.୬୦ର ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଅନ୍ୟପଟେ ବ୍ରଡର ମାର୍କେଟରେ ବିଏସଇର ମିଡକ୍ୟାପ୍ ଇନଡେକ୍ସ ୦.୮ ପ୍ରତିଶତ ବଢି ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ଫ୍ଲାଟ୍ ବନ୍ଦ ହୋଇଥିଲା ।

କାରବାର ଶେଷରେ ବିଏସଇ ସେନସେକ୍ସ ୯୪୧.୧୨ ଅଙ୍କ ବା ୧.୨୮% ବୃଦ୍ଧି ସହ ୭୪,୬୭୧.୨୮ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ନିଫ୍ଟି ୨୨୩.୪୫ ଅଙ୍କ ବା ୧ ପ୍ରତିଶତ ବୃଦ୍ଧି ସହ ୨୨,୬୪୩.୪୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୨୯ରେ ବଢି ୪୦୬.୪୪ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ଏପ୍ରିଲ୍ ୨୬ରେ ୪୦୪.୦୪ ଲକ୍ଷ କୋଟି ଟଙ୍କା ଥିଲା । ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡ଼ିକର ଆଜି ମାର୍କେଟ୍ କ୍ୟାପ୍ ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କ ସମ୍ପତ୍ତି ୨.୪୦ ଲକ୍ଷ କୋଟି ବଢିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.