ରଥ ନିର୍ମାଣ ପାଇଁ କୌଣସି ବାଧା ନାହିଁ: ସ୍ପଷ୍ଟ କଲେ ଗଜପତି ମହାରାଜ

Published By : Prameya-News7 Bureau | May 05, 2020 IST

ପୁରୀ୫/୫: ଗତକାଲି ପୁରୀ ଗଜପତି ଦିବ୍ୟସିଂହଦେବ ରଥ ନିର୍ମାଣକୁ ନେଇ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ଗଣମାଧ୍ୟମରେ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିଲା। ଏନେଇ  ଏକ ସାମ୍ବାଦିକ ସମ୍ମିଳନୀ କରି ‌ ଖୋଦ୍‌ ଗଜପତି ମହାରାଜା ସ୍ପଷ୍ଟ କରିଛନ୍ତି । ରଥ ନିର୍ମାଣ ଏକ ଧାର୍ମିକ ଉତ୍ସବ ନୁହେଁ ବୋଲି ଗଜପତି କହିଥିବା ବେଳେ କେତେକ ଗଣମାଧ୍ୟମରେ ଏହାକୁ ଧାର୍ମିକ କାର୍ଯ୍ୟନୁହେଁ ବୋଲି କୁହାଯାଇଥିଲା। ତେଣୁ ରଥ ନିର୍ମାଣ ପ୍ରକ୍ରିୟା କୌଣସି ଧାର୍ମିକ ଉତ୍ସବ ବା ଧାର୍ମିକ ପର୍ବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି । ଏହାକୁ ଏକ ନିର୍ମାଣ କାର୍ଯ୍ୟ ହିସାବରେ ନିଆଯାଇ ଲକଡାଉନ୍‌ର ସମସ୍ତ ନିୟମ ତଥା ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ରଥ ନିର୍ମାଣ କାର୍ଯ୍ୟ କରାଯାଇପାରିବ । ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବା ବେଳେ ଏହି ଜୋନ୍‌ରେ ସରକାରଙ୍କ ନିୟମ ମୁତାବକ, ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଏମିତିରେ ରଥ ନିର୍ମାଣ ପାଇଁ କୌଣସି ବାଧା ନାହିଁ ବୋଲି କହିଥିଲେ ଗଜପତି ମହାରାଜା ଦିବ୍ୟ ସିଂହଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.