Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗର୍ଭବତୀ ଅଛନ୍ତି ଛୋଟୀ ସର୍ଦାରନି ଫେମ ମାନସୀ : ବେବି ସାୱାର ଫଟୋ ଭାଇରାଲ

16/03/2020 at 2:02 PM

ମୁମ୍ବାଇ ୧୬/୦୩ : ଛୋଟ ପରଦାର ପପୁଲାର ସିରିଏଲ ସର୍ଦାରନିର ଅଭିନେତ୍ରୀ ମାନସୀ ଶର୍ମା ଆଜିକାଲି ବହୁତ ଖୁସି ଅଛନ୍ତି | ତେବେ ତାଙ୍କ ଖୁସିର ରାଜ କଣ ଜାଣନ୍ତୁ | ମାନସୀ ଗର୍ଭବତୀ ଥିବା ଜଣାପଡିଛି | ମାନସୀ ଏନେଇ ସ୍ପଷ୍ଟ କରିଛନ୍ତି | ନିକଟରେ ମାନସୀ ଏବଂ ତାଙ୍କ ସ୍ୱାମୀ ଯୁବରାଜ ହଂସ ବେବି ସାୱାରର ଆୟୋଜନ କରିଥିଲେ | ଫଙ୍କସନରେ ଉଭୟଙ୍କ ନିକଟତମ ବନ୍ଧୁ ଏବଂ ସମ୍ପ୍ରକିୟା ଉପସ୍ଥିତ ଥିଲେ | ଉଭୟ ମାନସୀ ଏବଂ ଯୁବରାଜ ବେବି ସାୱାରର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ମାନସୀ ୮ ମାସର ଗର୍ଭବତୀ ଥିବା ସେ ସ୍ପଷ୍ଟ କରିଛନ୍ତି | ଏଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ଫଙ୍କସନରେ ମାନସୀ ଓ ଯୁବରାଜ ମ୍ୟାଚିଙ୍ଗ ଡ୍ରେସ ପିନ୍ଧିଥିଲେ | ଉଭୟ ସ୍ୱାମୀ ସ୍ତ୍ରୀ ବହୁତ ଖୁସି ଅଛନ୍ତି | ମାନସୀ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଲେଖିଛନ୍ତି ଯେ, “ହେ ଭଗବାନ ଆପଣ ଏଇ ଯେଉଁ ଖୁସି ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ | ଆମେ ବାପା ମା ହେବାକୁ ଯାଉଛୁ |”

ନିକଟରେ ଏହି ଦମ୍ପତ୍ତି ନିଜର ବିବାହର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଥିଲେ | ବିବାହ ବାର୍ଷିକ ଉତ୍ସବର ଫଟୋ ମଧ୍ୟ ସସଲ ମିଡ଼ିଆରେ ସେୟାର କରି ନିଜ ନିଜ ଅନ୍ଦାଜରେ ପରସ୍ପରକୁ ସମ୍ବୋଧନ କରିଥିଲେ | ମାନସୀ ଉଭୟଙ୍କ ଏକ ଭିଡିଓ ସେୟାର କରିଥିଲେ ଏବଂ ଯୁବରାଜ ଏକ ମଜାଳିଆ ଫଟୋ ସେୟାର କରିଥିଲେ | 

ମାନସୀ ଶର୍ମା ୨୦୧୯ ଫେବୃଆରୀ ୨୧ ତାରିଖରେ ଯୁବରାଜ ହଂସଙ୍କୁ ବିବାହ କରିଥିଲେ | ଯୁବରାଜ ପ୍ରସିଦ୍ଧ ଗାୟକ ହଂସରାଜ ହଂସଙ୍କ ପୁଅ |

   Related Posts