ଚୀନ ବୈଦେଶିକ ନୀତି ପରାମର୍ଶଦାତାଙ୍କ ଚେତାବନୀ, କହିଲେ-ଆଖି ବୁଜି ରାଷ୍ଟ୍ର ସୁରକ୍ଷା ପଛରେ ଦୌଡୁଛୁ, ସୋଭିଏତ ସଂଘ ପରି ହୋଇପାରେ ପତନ

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ,୨୨/୦୧: ନିଜ ଦେଶକୁ ଚେତାବନୀ ଦେଲେ ଚୀନର ବୈଦେଶିକ ନୀତିର ପରାମର୍ଶଦାତା । ନିରଙ୍କୁଶ ଭାବେ ରାଷ୍ଟ୍ର  ସୁରକ୍ଷା ନୀତି ପଛରେ ଦୌଡିବାଙ୍କୁ ନେଇ ଚେତାବନୀ ଦେଇଛନ୍ତି। ଚୀନର ମୁଖ୍ୟ ରାଜନୈତିକ ପରାମର୍ଶଦାତା କମିଟିର ସଦସ୍ୟ ଜିୟା କିନଗୁଓ କହିଛନ୍ତି, ସମ୍ପୂର୍ଣ୍ଣ ରାଷ୍ଟ୍ର ସୁରକ୍ଷା ଏବଂ ଏହା ପଛରେ ପ୍ରଚୁର ପ୍ରତିରକ୍ଷା ଖର୍ଚ୍ଚ ସୋଭିଏସ ସଂଘ ପରି ଚୀନର ପତନର କାରଣ ହୋଇପାରେ ।

କିନଗୁଓଙ୍କ ଏହି ଚେତାବନୀ ଚୀନର କ୍ଷମତାରେ ଥଇବା କମ୍ୟୁନିଷ୍ଟ ପାର୍ଟି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗ ପାଇଁ ମଧ୍ୟ ଚେତାବନୀ ରୁପେ ଦେଖାଯାଉଛି। ସୂଚନାଯୋଗ୍ୟ, ଗତ ବର୍ଷ ଚୀନ ଆମେରିକା ସହ ମୁକାବିଲା କରିବା ପାଇଁ ନିଜର ପ୍ରତିରକ୍ଷା ଖର୍ଚ୍ଚକୁ ବୃଦ୍ଧି କରିଥିଲା। ଗୋଟିଏ ପଟେ କରୋନା ଭୂତାଣୁ, ଦୁର୍ନୀତି, ଏବଂ ଲୋକଙ୍କ ପାଇଁ କଠୋର ଆଇନ ପରି ପ୍ରସଙ୍ଗକୁ ଚପାଇବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା କଥା କୁହାଯାଇଥିଲା। ଏପରି ସମୟରେ ଚୀନର ବୈଦଶିକ ପରାମର୍ଶଦାତାଙ୍କ ଚେତାବନୀକୁ ଗମ୍ଭୀରତାର ସହ ବିଚାର କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଚୀନ ବହୁ ବର୍ଷରୁ ନିଜର ସ୍କୁଲରେ ସୋଭିଏତ ସଂଘର ପତନ ଉପରେ ଛାତ୍ରଛାତ୍ରୀଙ୍କୁ ପଢାଉଛି। ପୂର୍ବରୁ ମଧ୍ୟ କମ୍ୟୁନିଷ୍ଟ ପାର୍ଟିର ବହୁ ନେତା ୟୁଏସଏସଆର ର ଉଦାହାରଣ ଦେଇ ଶୀର୍ଷ ନେତୃତ୍ୱଙ୍କୁ ଇତିହାସରୁ ଶିକ୍ଷା ଗ୍ରହଣ କରିବା ଚେତାବନୀ ଦେଇସାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.