Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

LACରୁ ୨ କିମି ପଛକୁ ହଟିଲା ଡ୍ରାଗନ୍, ଗଲଓ୍ୱାନ ଘାଟିରୁ ଟେଣ୍ଟ୍ ଉଠାଇଲା ଚୀନ ସେନା

6/07/2020 at 11:59 AM

ଲଦାଖ, ୦୬|୦୭:  ଭାରତ ଓ ଚୀନ ମଧ୍ୟରେ ଗତ ମେ ମାସରୁ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଜୁନ ୧୫ରେ ଯେଉଁ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ, ଏବେସେଠାରୁ ଚୀନ ସେନା ପ୍ରାୟ ୧ରୁ ୨ କିମି ପଛକୁ ହଟିଛି । ଉଭୟ ସେନା ମଧ୍ୟରେ ଲଗାତାର ସୈନିକମାନଙ୍କର ପଛକୁ ହଟିବା ନେଇ ମନ୍ଥନ ଚାଲୁଥିଲା  ।

ଏଲଏସିରେ ଥିବା ଗଲଓ୍ୱାନ ଘାଟିରେ ଗତ ଜୁନ ୧୫ ତାରିଖରେ ରକ୍ତାକ୍ତ ହିଂସା ଦେରିଖିବାକୁ ମିଳିଥିଲା । ଏବେ ଏହି ସ୍ଥାନରୁ ଚୀନ ସେନା ପଛକୁ ହଟିଛି । ସୂତ୍ରାନୁସାରେ, ଉଭୟ ଦେଶର ସେନା ରିଲୋକେସନ୍ ଉପରେ ସହମତି ପ୍ରକାଶ କରିଛି । ଏବେ ଗଲଓ୍ୱାନ ଘାଟି ନିକଟରେ ବଫର୍ ଜୋନ୍ କରାଯାଇଛି ଯେପରି କୌଣସି ହିଂସା ଘଟିବ ନାହିଁ ।

ଚୀନ ସେନା ନିଜର ଟେଣ୍ଟ୍, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି । କମାଣ୍ଡରସ୍ତରୀୟ ବୈଠକରେ ଏହି ସହମତି ପ୍ରକାଶ ପାଇଥିଲା । ତେବେ ଗଲଓ୍ୱାନୀ ଘାଟି ପଛକୁ ଚୀନ ନିଜର କ୍ୟାମ୍ପ୍ ଉଠାଇନାହିଁ । ଯାହାକୁ ନେଇ ଆଗକୁ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ସେପଟେ ଚୀନ୍‌ ସହ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନଥ କବିନ୍ଦଙ୍କୁ  ଭେଟିଥିଲେ। ରଷ୍ଟ୍ରପତି ଭବନରେ ପ୍ରାୟ ଅଧଘଣ୍ଟାର ଏହି ସାକ୍ଷାତ ଆଲୋଚନାରେ ରାଷ୍ଟ୍ରପତିଙ୍କୁ ଚୀନ୍‌ ସମେତ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।  

   Related Posts