ଶିଶୁ ନିର୍ଯାତନା ଓ ସୁରକ୍ଷା ଆଇନ ସମ୍ପର୍କିତ ଗଣମାଧ୍ୟମ ସଚେତନତା କର୍ମଶାଳା ଅନୁଷ୍ଠିତ

Published By : Prameya-News7 Bureau | May 22, 2022 IST

ଫୁଲବାଣୀ ୨୨/୦୫ : ଦିନକୁ ଦିନ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢ଼ିବା ଓ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବର କିଭଳି ଭାବେ ଉପସ୍ଥାପନା ହେବା  ଆବଶ୍ୟକ ଓ ଆଇନରେ କଣ ସବୁ କଟକଣା ରହିଛି ସେ ନେଇ ଆଜି ରବିବାର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସାହାରା ଓ ପିକକ ପକ୍ଷରୁ ଫୁଲବାଣୀ ପ୍ରେସକ୍ଲବରେ ଦିନିକିଆ ଗଣ ମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଛି।

ବରିଷ୍ଠ ସାମ୍ବାଦିକ ଡକ୍ଟର ଅରୁପ କୁମାର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବରୀଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗ ଦେଇ ଶିଶୁମାନଙ୍କ ଅଧିକାର ଓ ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ସଚେତନ କରିଥିଲେ। ସେହିପରି ସ୍ୱେଚ୍ଛାସେବୀ ସଙ୍ଗଠନ ୱ।ଲର୍ଡ ଭିଜନର ବରିଷ୍ଠ କର୍ମକର୍ତ୍ତା ବିରେନ କୁମାର ଡିଗଲ, ଅପରାଧ ବିଶେଷଜ୍ଞ  ବିଶ୍ଵଜିତ ସାହୁ, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖଙ୍କ ସହିତ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା,ବରିଷ୍ଠ ସାମ୍ବାଦିକ ସନ୍ତେ।ଷ ଡିଗଲ ଯୋଗ ଦେଇ ଜିଲ୍ଲାରେ ଦିନକୁ ଦିନ ଶିଶୁ ନିର୍ଯାତନା ମାମଲା ବଢ଼ୁଥିବା ନେଇ ଉଦବେଗ କରିବା ସହ ଏହାକୁ ବନ୍ଦ କରିବା ଉପରେ ଗୁରୁତ୍ଵ ଦେଇଥଲେ ।

ଏଥିରେ ସାହାରା  ସଂଗଠନର ସମ୍ପାଦକ ସୁକାନ୍ତ ନାୟକ ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଏହି  କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଗଣ ମାଧ୍ୟମ କର୍ମଶାଳାରେ ଫୁଲବାଣୀ ସହରର ସମସ୍ତ ସାମ୍ବାଦିକମାନେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.