ପଟାଙ୍ଗି ଟ୍ରାଜେଡି: ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 16, 2021 IST

ଭୁବନେଶ୍ଵର ୧୬।୦୪: ପଟାଙ୍ଗି ମାଟି ଅତଡା ଧସିବା ଘଟଣାରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ତର୍ଗତ ପୋଡାଗୁଡା ଗାଁରେ ମାଟି ଅତଡା ଧସି ୩ ଜଣଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୃତକଙ୍କ ପରିବାର ପିଛା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ,  ପୋଡାଗୁଡାରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଆଣିବାକୁ ଯାଇଥିବା ବେଳେ ଅତଡା ଖସି ୩ ଜଣ ମହିଳାଙ୍କୁ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ ତୁରନ୍ତ ପଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଡାଗୁଡାର ୪ ଜଣ ମହିଳା ଚୂନମାଟି ଆଣିବାକୁ ନିକଟସ୍ଥ ଏକ ଅଞ୍ଚଳକୁ ଯାଇଥିଲେ । ତେବେ ସେଠାରେ ମାଟି ଖୋଳୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଅତଡା ଖସିଥିଲା । ଚୂନମାଟି ଅତଡା ଖସିବା ଫଳରେ ମାଟିରେ ପୋତିହୋଇ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.