ଛତିଶଗଡ଼ ସରକାରଙ୍କ ବଡ଼ ଘୋଷଣା, ଝିଅଙ୍କୁ ମିଳିବ ୨୦ ହଜାର, ସପ୍ତାହରେ ୫ ଦିନ କାମ କରିବେ କର୍ମଚାରୀ

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ, ୨୬/୦୧: ୨୬ ଜାନୁଆରୀ ଅର୍ଥାତ ସାଧାରଣତନ୍ତ୍ର ଦିବସ ଅବସରରେ ଛତିଶଗଡ଼ର କଂଗ୍ରେସ ସରକାର ରାଜ୍ୟର କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ମୁତାବିକ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ସପ୍ତାହକୁ ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସପ୍ତାହରେ କେବଳ ୫ଦିନ ସରକାରୀ କାର୍ଯ୍ୟ ହେବ । ଏହା ସହିତ ଅଂଶଦାୟୀ ପେନ୍‌ସନ୍‌ ଯୋଜନାରେ ରାଜ୍ୟର ଅଂଶଦାନ ୧୦ ପ୍ରତିଶତରୁ ବଢ଼ି ୧୪ ପ୍ରତିଶତ କରାଯାଇଛି ।

ଛୁଟି ଏବଂ ପେନ୍‌ସନ୍‌ ବ୍ୟତୀତ ଅନ୍ୟକିଛି ନିୟମକୁ ନେଇ ମଧ୍ୟ ଘୋଷଣା ହୋଇଛି । ଲର୍ଣ୍ଣିଂ ଲାଇସେନ୍ସ ବାହାର କରିବା ପ୍ରକ୍ରିୟା ମଧ୍ୟ ସରଳୀ କରଣ ଏବଂ ରାଜ୍ୟରେ ଅଧିକ ପରିବହନ ସେବା କେନ୍ଦ୍ର ଯୁବକଙ୍କୁ ରୋଜଗାର ଯୋଗାଇବା ପାଇଁ କରାଯିବ । ଉଦ୍ୟୋଗିକ ନୀତିରେ ସଂଶୋଧନ କରି ଅନ୍ୟାନ୍ୟ ପଛୁଆବର୍ଗଙ୍କ ଉଦ୍ୟୋଗରେ ବିକାଶ ହେତୁ ୧୦ ପ୍ରତିଶତ ଭୂଖଣ୍ଡ ସଂରକ୍ଷିତ ରଖାଯିବ ।

wp:html /wp:html

ଶ୍ରମିକଙ୍କ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୋନି ଶସକ୍ତିକରଣ ସହାୟତା  ଯୋଜନା ଆରମ୍ଭ କରାଯିବ । ଏହା ସହିତ ଏହି ସ୍କିମ୍‌ ଅଧିନରେ ଆସୁଥିବା ପରିବାରର ୨ ଝିଅଙ୍କ ବ୍ୟାଙ୍କ ଖାତାରେ ୨୦-୨୦ ହଜାର ଟଙ୍କା ଜମା କରାଯିବ । ଖରିଫ ବର୍ଷ ୨୦୨୨-୨୩ରେ ଖରିଫ ଫସଲ ତଥା ଡାଲି ଜାତୀୟ ଫସଲର କ୍ରୟ ନ୍ୟୁନତମ ସମର୍ଥନ ମୂଲ୍ୟରେ କରାଯିବ ବୋଲି ଏଥିରେ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.