ଅପ୍ରେଲ୍ ୨୨ ତାରିଖ, ସୋମବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | April 22, 2024 IST

ମେଷ- ମନରେ ଗର୍ବ ଭାବ ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ । ବୈବାହିକ  ସୁଖ ବୃଦ୍ଧି ପାଇବ । ମାଆଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଅସୁବିଧା ହୋଇପାରେ । ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି ।

ବୃଷ- ରାଶି ପାଇଁ ଘାତ ଚନ୍ଦ୍ର । ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି । ମନ ଅସୁବିଧାରେ ପଡ଼ିବ ।  ଚାକିରିରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ । ଆୟ ମଧ୍ୟ ବୃଦ୍ଧି ପାଇବ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ। 

ମିଥୁନ- ଶାରୀରିକ କଷ୍ଟ ଅନୁଭବ କରିବେ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ | କର୍ମକ୍ଷେତ୍ରରେ ସଫଳତା ମିଳିବାରେ ବିଳମ୍ବ ହେବ ।

କର୍କଟ- ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନ ଟି ଶୁଭ ଦାୟକ ।

ସିଂହ- ମନ ଅଶାନ୍ତ ରହିପାରେ । କିଛି କଥାକୁନେଇ ଆଶାବାଦୀ ହୋଇ ରହିବେ । ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରି ପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ |

କନ୍ୟା- ମନ ଖୁସି ରହିବ । ସୁଖ ସମ୍ମାନ ମିଳିବ। ପରିବାରର ସମର୍ଥନ ପାଇବେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଲାଭବାନ ହେବେ । ପତ୍ନୀଙ୍କ ସହ ସମୟ ଅତିବାହିତ କରିବେ ।

ତୁଳା- ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । କଳା କିମ୍ବା ସଙ୍ଗୀତ ପ୍ରତି ପ୍ରବୃତ୍ତିରେ ଆଗ୍ରହ ବଢ଼ିବ।  ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ,ସତର୍କ ରୁହନ୍ତୁ । ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ।

ବିଛା- କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ । ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ- କାର୍ଯ୍ୟରେ ବିଳମ୍ବ ହେବ । ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ପ୍ରଗତି ପାଇଁ ସୁଯୋଗ ମିଳିପାରିବ । ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି ।

ମକର - ମନ ଶାନ୍ତ ରହିବ । ବୈବାହିକ ସୁଖ ବୃଦ୍ଧି ପାଇବ । ଚାକିରିରେ ଆପଣଙ୍କୁ ବିଦେଶ ଯିବାକୁ ପଡିପାରେ । ଯାନର ଆନନ୍ଦ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ । ଆପଣଙ୍କ  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

କୁମ୍ଭ- ଅଯଥା ଧନ କ୍ଷୟ ର ଯୋଗ ରହିଛି । ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ମନ ବିଚଳିତ ହୋଇପାରେ । ଆପଣ ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବାରେ ।

ମୀନ- ଉତ୍ତମ ଆୟର ଯୋଗ ରହିଛି । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ । ଆୟ ବୃଦ୍ଧି ପାଇବ ଖର୍ଚ୍ଚ ମଧ୍ୟ ବୃଦ୍ଧିପାଇବ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.