Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ : ସକାଳ ୮ରୁ ଗଣା ହେବ ଭୋଟ୍, ପ୍ରଥମେ ପୋଷ୍ଟାଲ ବାଲାଟ୍

9/11/2020 at 2:32 PM

ଭୁବନେଶ୍ୱର ୦୯।୧୧: ଆସନ୍ତକାଲି ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଆସନର  ଭୋଟ ଗଣନା ।  ଭୋଟ ଗଣନା ପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତି କରିଛି। ଆସନ୍ତାକାଲି ସକାଳୁ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ଓ SVM କଲେଜ ଜଗତସିଂହପୁରରେ ଠାରେ ଭୋଟ ଗଣନା ହେବ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ରାଜ୍ୟରେ ଗତ ୩ ତାରିଖ ଦିନ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସମୟରେ ରାଜ୍ୟର ଏହା ପ୍ରଥମ ନିର୍ବାଚନ ଥିଲା । ତେବେ ଆସନ୍ତାକାଲି ନିର୍ବାଚନ ହୋଇଥିବା ଆସନରେ ହେବ ଭୋଟ ଗଣତି । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ଉଭୟ ଆସନ ପାଇଁ ହେବ ଭୋଟ ଗଣତି । ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ ଓ ଜଗତସିଂହପୁରର SVM କଲେଜରେ ଭୋଟ ଗଣତି ହେବ । କୋଭିଡ଼ ସ୍ଥିତିକୁ ଦେଖି ଗୋଟିଏ ରୁମ୍‌ରେ ୧୪ଟି ଟେବୁଲ୍‌ ବଦଳରେ ୭ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୩ଟି ଭୋଟ ଗଣତି ହଲ୍‌ ପ୍ରସ୍ତୁତି ହୋଇଛି । ଗଣତି ପାଇଁ ୬୭ RO ଓ ARO ନିଯୁକ୍ତ ହୋଇଛନ୍ତି ।  ବାଲେଶ୍ଵର ପାଇଁ ୩ ARO ଓ ତିର୍ତ୍ତୋଲ ପାଇଁ ୨ ARO ନିଯୁକ୍ତି ହୋଇଛନ୍ତି।

 ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହେବ । ସକାଳ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଭୋଟ ଗଣତି ସମୟରେ ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର , ତାରବିହୀନ ବାରିକେଡ଼୍, ସ୍ୱଚ୍ଛ ପଲିଥିନ୍‌ ସିଟ୍‌ ରହିବ। ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ TV ରଖାଯାଇଛି। ଭୋଟ ଗଣନା ସରିବା ପରେ ୫ଟି VVPAT ରେ ମଧ୍ୟ ଗଣନା ହେବ । ECI ଓ୍ୱେବସାଇଟରେ ନିର୍ବାଚନ ଫଳାଫଳର ପ୍ରତି ରାଉଣ୍ଡରେ ଆସିବ। ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ଶୁଟିଂ କରିବା ପାଇଁ ଅନୁମତି ଦିଆଯିବ। ତେବେ ଭୋଟ ଗଣତିକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ଥାନୀୟ ପୋଲିସ, ପରେ ସିଆର୍‌ପିଏଫ୍‌ଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି ।

   Related Posts