କେନ୍ଦ୍ରାପଡାରେ କେନ୍ଦ୍ରୀୟ ଟିମ୍, ବାତ୍ୟା ଅମ୍ଫାନ୍ ଜନିତ କ୍ଷୟକ୍ଷତିର କରିବେ ଆକଳନ

Published By : Prameya-News7 Bureau | June 04, 2020 IST

କେନ୍ଦ୍ରାପଡା ୦୪।୦୬: ବାତ୍ୟା ଅମ୍ଫlନ୍ ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ରାପଡ଼ାରେ ୩ ଜଣିଆ କେନ୍ଦ୍ରୀୟ ଟିମ୍ l  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇ ଟିମ୍ ରାଜନଗର ବ୍ଲକ୍ ର ପେଣ୍ଠ ଅଞ୍ଚଳ ପରିଦର୍ଶନ ରେ ବାହାରି ଯାଇଛନ୍ତି l ତେବେ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ କରିହେବ ବୋଲି ଟିମ୍ର ଜଣେ ସଦସ୍ୟ କହିଛନ୍ତି l

{"id":281045,"sizeSlug":"large"}

ଅନ୍ୟପକ୍ଷରେ ଜିଲ୍ଲାର ଚାଷୀ ମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ନେଇ ଗଣମାଧ୍ୟମ ର ପ୍ରଶ୍ନ ର ଉତ୍ତର ଦେଇ ଟିମ୍ ସଦସ୍ୟ ଚାଷୀ ଙ୍କ କ୍ଷୟକ୍ଷତି ଆକଳନ ପରେ ରିପୋର୍ଟ ଭିତ୍ତିରେ ସହଯୋଗ ଘୋଷଣା ହେବ ବୋଲି କହିଛନ୍ତି l ଏହି ଟିମ୍ ରେ ମିଶନ୍ ଜଳ ଶକ୍ତି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର୍ ଅମରେଶ ପାଲ, ଯୁଗ୍ମ ସଚିବ ସୁରଜ କୁମାର ପ୍ରଧାନ, ଡିରେକ୍ଟର ମିନିଷ୍ଟର ଅଫ ପାୱାର ଏନ ଆର୍ ଏଲ୍ କେ ପ୍ରସାଦ ପ୍ରମୂଖ କ୍ଷେତ୍ର ପରିଦର୍ଶନ କରୁଛନ୍ତି l ଏହି ଟିମ ସହିତ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.