ରାମ ମନୋହର ଲୋହିଆ ହସ୍ପିଟାଲରେ CBI କାର୍ଯ୍ୟାନୁଷ୍ଠାନ, ୨ ଡାକ୍ତରଙ୍କ ସମେତ ୯ ଗିରଫ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ ୮।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ଭ୍ରଷ୍ଟାଚାର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ୨ ଜଣ ଡାକ୍ତରଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ହସ୍ପିଟାଲରେ ଏମାନେ ରୋଗୀ ଓ କମ୍ପାନୀ ପ୍ରତିନିଧିଙ୍କ ଠାରୁ ଲାଞ୍ଚ ନେଉଥିଲେ। ଗିରଫ ଡାକ୍ତରଙ୍କ ମଧ୍ୟରେ କାର୍ଡିୟୋଲଜି ବିଭାଗର ପ୍ରଫେସର ଅଜୟ ରାଜ ଓ ସହାୟକ ପ୍ରଫେସର ପର୍ବତଗୌଡା ଚତ୍ରପ୍ପଗୌଡା ଅଛନ୍ତି। ଉଭୟ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି। 

ଏହା ଛଡା ନାଗପାଲ ଟେକ୍ନୋଲଜିସର ନରେଶ ନାଗପାଲ, ଭାରତୀ ମେଡିକାଲ ଟେକ୍ନୋଲଜିସର ଭରତ ସିଂହ ଦଲାଲ ଓ କେଥ ଲ୍ୟାବରେ କାମ କରୁଥିବା ଅବରାର ଅହମ୍ମଦଙ୍କୁ ଗିରଫ କରାଯାଇଛି। ଏମାନେ କମ୍ପାନୀ ଔଷଧ ଓ ଚିକିତ୍ସା ଉପକରଣ ବିକ୍ରି ବୃଦ୍ଧି ନିମନ୍ତେ ଲାଞ୍ଚ ଦେଉଥିଲେ। ଏହା ଛଡା ରଜନୀଶ କୁମାର, ଭୂଭାଲ ଜୟସ୍ୱାଲ, ସଞ୍ଜୟ କୁମାର ଓ ବିକାଶ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଭୂଭାଲ ଜୟସ୍ୱାଲ ଡାକ୍ତରଙ୍କୁ ଭେଟେଇ ଦେବାକୁ ଓ ସଞ୍ଜାୟ କୁମାର ନକଲୀ ମେଡିକାଲ ସାର୍ଟିଫିକେଟ କରାଇ ଦେବାକୁ ଲାଞ୍ଚ ନେଉଥିଲେ। 

ରାମ ମନୋହର ଲୋହିଆ ହସ୍ପିଟାଲ ଦୁର୍ନୀତିର ମଡ୍ୟୁଲ ପାଲଟିଥିଲା। ଏହି ମଡ୍ୟୁଲ ଜରିଆରେ ଭ୍ରଷ୍ଟାଚାର ଦ୍ୱାରା ଷ୍ଟେଣ୍ଟ ଓ ଅନ୍ୟ ଚିକିତ୍ସା ଆବଶ୍ୟକତା ଯୋଗାଣ, ଏକ ବିଶେଷ ବ୍ରାଣ୍ଡର ଯୋଗାଣ, ଲ୍ୟାବୋରେଟରୀକୁ ଚିକିତ୍ସା ଉପକରଣ ଯୋଗାଣ, ଲାଞ୍ଚ ନେଇ ରୋଗୀଙ୍କ ଆଡମିସନ ଓ ନକଲୀ ଚିକିତ୍ସା ପ୍ରମାଣପତ୍ର ଆଦି ଜାରି କରାଯାଉଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.