ବିଚ୍ ରାସ୍ତାରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲା ୪ ଜୀବନ

Published By : Prameya-News7 Bureau | January 19, 2022 IST

କଟକ ୧୯/୦୧: କଟକ ଲିଙ୍କରୋଡ ଫ୍ଲାଏ ଓଭରରେ ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । କାରରେ ଚଳନ୍ତା କାରରେ ଲାଗିଥିଲା ନିଆଁ । ଫଳରେ ଟଳିଯାଇଛି ବଢ ଦୁର୍ଘଟଣା । ଲିଙ୍କ୍ ରୋଡ ନିକଟରେ ଘଟିଥିଲା ଏମିତି ଅଭାବନୀୟ ଘଟଣା ।

ତେବେ ଏଥିରେ ଥିବା କାର୍ ଚାଳକ ସମେତ ଅଳ୍ପକେ ବର୍ତ୍ତିଯାଇଛନ୍ତି ୪ ଜଣ ଲୋକ । ନିଆଁ ଲିଭାଇବା ପରେ କାରଟିକୁ ଜବତ କରିଛି ମଧୁପାଟଣା ପୋଲିସ । ସୂଚନା ଥାଉକି, କଟକରୁ ଭୁବନେଶ୍ୱର ଆସୁଥିବା କାରରେ ଘଟିଥିଲା ଅଗ୍ନିକାଣ୍ଡ । ତେବେ ଅଗ୍ନିକାଣ୍ଡର କାରଣ କଣ ତାହା ଜଣାପଡିନି । ହେଲେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.