Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମ୍ବୁଲାନ୍ସକୁ ବାଟ ନ ଛାଡ଼ିବାରୁ ରୋଗୀ ମୃତ୍ୟୁ, କାର ଚାଳକ ଗଣିଲେ ୧୧ ହଜାର ଟଙ୍କା ଜରିମାନା

6/09/2020 at 12:54 PM

ମହୀଶୁର ୦୬/୦୯: ଅନେକ ସମୟରେ ରାସ୍ତାରେ ଆମ୍ବୁଲାନ୍ସକୁ ବାଟ ନ ଛାଡିବାରୁ ବହୁ ରୋଗୀଙ୍କ ଜୀବନ ଅକାଳରେ ଯାଉଛି। ସେଥିପାଇଁ ରାସ୍ତାରେ ଗାଡି ଚାଳକଙ୍କୁ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ବାରମ୍ବାର କୁହାଯାଉଛି। ଏହି କ୍ରମରେ ମହୀଶୁରରେ ଜଣେ ଗାଡ଼ି ଚାଳକ ଆମ୍ବୁଲାନ୍ସର ରାସ୍ତାକୁ ବ୍ଲକ କରି ମୋଟା ଅଙ୍କର ଜରିମାନା ଗଣିଛନ୍ତି। ଆମ୍ବୁଲାନ୍ସରେ ଯାଉଥିବା ୮୫ ବର୍ଷୀୟ ବୃଦ୍ଧଙ୍କ ମୃତୁ୍ୟ ହୋଇଛି। ସେ ହୃଦଘାତରେ ପୀଡ଼ିତ ଥିଲେ। ଚାଳକ ବାଟ ନ ଛାଡ଼ିବାରୁ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ମହୀଶୁର ଆସିଷ୍ଟାଣ୍ଟ ଟ୍ରାଫିକ୍ ପୋଲିସ୍ କମିଶନର ଏସ୍ ଏନ ସନ୍ଦେଶ କୁମାର କହିଛନ୍ତି ହାସନ ନିବାସୀ ଜୟନ୍ତ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବା ଯୋଗୁ ୧୦ ହଜାର ଟଙ୍କା ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ହଜାରେ ଟଙ୍କା ଜରିମାନ ଦେବାକୁ କୁହାଯାଇଛି। ସମୁଦାୟ ସେ ୧୧ ହଜାର ଟଙ୍କା ଜରିମାନା ଦେଇଛନ୍ତି। ମୋଟରଯାନ ଆଇନ ଆକ୍ଟ ୨୦୧୯ ନିୟମ ଅନୁସାରେ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୨ରେ ଚିକ୍କାମଗାଲୁରୁର ଚନ୍ଦ୍ରଶେଖର ଆଚାଯ୍ୟଙ୍କ ହାର୍ଟ ଆକଟାକ୍ ହୋଇଥିଲା। ତାଙ୍କୁ ମହୀଶୁରର ମଲ୍ଲଟିସ୍ପେଶିଆଲିଟି ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିଲା। ଆମ୍ବୁଲାନ୍ସ ଡ୍ରାଇଭର ମହୀଶୂରର ହନସୁର ରୋଡର ବେଲାଭାଡ଼ି ଜଂକସନରେ ୮.୩୦ରେ ପହଞ୍ଚିଲେ ଓ ସେଠାରେ କାର ଚାଳକ ଜୟନ୍ତଙ୍କ ଦ୍ବାରା ରାସ୍ତା ବ୍ଲକ୍ ହୋଇଥିଲା।

ଆମ୍ବୁଲାନ୍ସ ସାଇରନ୍ ଓ ଗାଡ଼ି ହର୍ନ ବଜାଇବା ସତ୍ୱେ ମଧ୍ୟ ଜୟନ୍ତ ରାସ୍ତା ଛାଡ଼ିବେ ନାହିଁ ବୋଲି ମନା କରିଥିଲେ। ଜୟନ୍ତ ରାସ୍ତାରେ ଗାଡ଼ିକୁ ପାର୍କ କରି ସେମିତି ରାସ୍ତା ଜାମ କରି ରଖିଲେ। ଆମ୍ବୁଲାନ୍ସ ଡ୍ରାଇଭର, ରୋଗୀଙ୍କ ସମ୍ପର୍କୀୟ ଓ ଜୟନ୍ତଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ କାଳ ରାସ୍ତା ଛାଡିବା ନେଇ ଝଗଡ଼ା ହୋଇଥିଲା। ହସପିଟାଲରେ ରୋଗୀ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଲେ।

   Related Posts