ଆବଶ୍ୟକ ହେଲେ ସୂର୍ଯ୍ୟ ପରାଗ ସମୟରେ ଖାଇପାରିବେ ଏହିସବୁ ଖାଦ୍ୟ…

Published By : Prameya-News7 Bureau | June 21, 2020 IST

ଭୁବନେଶ୍ବର ୨୧।୬: ଚଳିତବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଯାଇଛି । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପରାଗ ସମୟରେ ଘରୁ ବାହାରକୁ ଯିବା, ଖାଇବା ପିଇବା ନିଷେଧ । ତେବେ ବୃଦ୍ଧ ଲୋକଙ୍କୁ ଔଷଧ ଖାଇବାକୁ ପଡିବ ଏବଂ ଗର୍ଭବତୀ ମହିଳାଙ୍କୁ ଗର୍ଭରେ ବଢୁଥିବା ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକକା ରହିଛି । ତେଣୁ ଏଭଳି ପରିସ୍ଥିତିରେ ଏତେ ସମୟ ପର୍ଯ୍ୟନ୍ତ ଭୋକରେ ରହିବା ବେଳେବେଳେ କଷ୍ଟକର ହୋଇଯାଏ । ଏହାସହ ଛୋଟ ପିଲାମାନେ ମଧ୍ୟ ଭୋକକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ଅଟନ୍ତି । ଏପରି ପରିସ୍ଥିତିରେ ସୂର୍ଯ୍ୟ ପରାଗ ସମୟରେ ସେମାନଙ୍କୁ କିଛି ଖାଦ୍ୟ ଦିଆଯାଇପାରେ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ସମୟରେ କେଉଁ ଜିନିଷ ଖାଇପାରିବେ…

ସୂର୍ଯ୍ୟ ପରାଗରେ କାହିଁକି ଖାଦ୍ୟପେୟ ନିଷେଧ ହୋଇଥାଏ :

ପ୍ରକୃତରେ ବିଜ୍ଞାନ ଅନୁଯାୟୀ, ସୂର୍ଯ୍ୟ ପରାଗ ସମୟରେ କିଛି ବିଶେଷ ପ୍ରକାର କିରଣ ପୃଥିବୀକୁ ଆସିଥାଏ । ଏହି କାରଣରୁ ବାୟୁମଣ୍ଡଳର ବ୍ୟାକ୍ଟେରିଆକୁ ଦୂର କରୁଥିବା ଅତିବାଇଗଣୀ ରଶ୍ମୀର କିରଣ ଏବଂ ରନ୍ଧା ଖାଦ୍ୟ ଦୂଷିତ ହୋଇଯାଏ । ଏହି କାରଣରୁ ରନ୍ଧା ହୋଇଥିବା ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଏହି ସମୟରେ ଖାଦ୍ୟପେୟ ନିଷେଧ ହୋଇଥାଏ ।

ଏହି ସମୟରେ ଏମିତି ପିଅନ୍ତୁ କ୍ଷୀର :

ଗର୍ଭବତୀ ମହିଳା, ବୃଦ୍ଧ କିମ୍ବା ପିଲାମାନଙ୍କୁ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇବାକୁ ଦିଆଯାଇପାରିବ । ମାତ୍ର ଏହା ମନେରଖନ୍ତୁ ଯେ ଖୋଲା ପାତ୍ରର ବ୍ୟବହାର ଭୁଲରେ ବି କରନ୍ତୁ ନାହିଁ । ଗର୍ଭବତୀ ମହିଳାମାନେ ବନ୍ଦ ଘରେ ବସି ଖାଇପାରିବେ ।

ଏସବୁ ଫଳ ଖାଇପାରିବେ :

ସୂର୍ଯ୍ୟ ପରାଗ ସମୟରେ ନଡିଆ, ଡାଳିମ୍ବ ଏବଂ କଦଳୀ ଭଳି କଠିନ ଚୋପା ଥିବା ଫଳ ଖାଇପାରିବେ । ଏହି ସମୟରେ ପିଜୁଳି, ସେଓ, ଅଙ୍ଗୁର ପରି ହାଲୁକା ଚୋପା ଥିବା ଫଳ ଖାଆନ୍ତୁ ନାହିଁ ।

ଶୁଖିଲା ଫଳ ଖାଇପାରିବେ :

ଶୁଖିଲା ଫଳଗୁଡିକ ଉପରେ ବିପଜ୍ଜନକ କିରଣର ପ୍ରଭାବ ପଡେନାହିଁ । ତେଣୁ ଆପଣ ଅଳ୍ପ ପରିମାଣର ଶୁଖିଲା ଫଳ ଖାଇପାରିବେ । ଏହା ଭୋକକୁ ନିୟନ୍ତ୍ରଣ କରିବ ଏବଂ ଶରୀରକୁ ମଧ୍ୟ ଶକ୍ତି ଯୋଗାଇବ ।

ଏହି ଜିନିଷଠାରୁ ଦୂରରେ ରୁହନ୍ତୁ :

ସୂର୍ଯ୍ୟ ପରାଗ ସମୟରେ କଞ୍ଚା ପନିପରିବା କିମ୍ବା ଫଳ ଖାଇବା ଉଚିତ୍ ଏହା ଉପରେ କିରଣର ପ୍ରଭାବ ପଡିନଥାଏ । ମଇଦା, ଅଟା, କଳା ମସୁର ଭଳି ଶସ୍ୟ ଖାଆନ୍ତୁ ନାହିଁ । ଛଣାଛଣି ଏବଂ ତେଲିଆ ଖାଦ୍ୟ ଶରୀରର ତାପମାତ୍ରାକୁ ବଢାଇଥାଏ, ଯାହା ଶରୀରରେ ହଜମ ହେବା କଷ୍ଟକର ହୋଇଥାଏ । ତେଣୁ ସୂର୍ଯ୍ୟ ପରାଗ ସମୟରେ ଏହା ଖାଇବା ଉଚିତ୍ ନୁହେଁ । କୁହାଯାଏ ଯେ, ଶାକାହାରୀ ଖାଦ୍ୟ ହଜମ କରିବା କଷ୍ଟକର । ତେଣୁ ସୂର୍ଯ୍ୟ ପରାଗ ସମୟରେ ଅଣ୍ଡା ଏବଂ ମାଂସଠାରୁ ଦୂରେଇ ରହିବା ଉଚିତ୍ ।

ଖୋଲାରେ ରଖାଯାଇଥିବା ପାଣି ପିଅନ୍ତୁ ନାହିଁ :

ସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ପରାଗ ସମୟରେ ପାଣି ପିଇବା ନିଷେଧ । କିନ୍ତୁ ଯଦି ଆବଶ୍ୟକ ହୁଏ ତେବେ ଆପଣ ପାଣି ପିଇପାରିବେ । କିନ୍ତୁ ମନେରଖନ୍ତୁ ପାଣି ଘୋଡାଇହୋଇ ରହିଥିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.