ପ୍ରିୟଙ୍କା ଗାନ୍ଧୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା

Published By : Prameya-News7 Bureau | March 18, 2019 IST

ଦିଲ୍ଲୀ ୧୮/୩ : ଲୋକସଭା ନିର୍ବାଚନ ପ୍ରଚାର ଜୋରସୋରରେ ଆରମ୍ଭ ହୋଇସାରିଛି | ଆଜି ୨୦ ରାଜ୍ୟର ୯୫ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି | ନେତା ରାଜନେତା ବିରୋଧୀଙ୍କୁ ଟାର୍ଗେଟ କରି ନାନା ମନ୍ତବ୍ୟ ଦେଉଛନ୍ତି | କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ମଧ୍ୟ ଏମିତି ନେତାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି | ସେ ବିରୋଧୀଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି |


କେନ୍ଦ୍ରମନ୍ତ୍ରୀ ରବିବାର ଦିନ ଗ୍ରେଟର ନୋଏଡା ଏବଂ ବୁଲନ୍ଦସହର ଗସ୍ତରେ ଯାଇଥିଲେ | ବୁଲନ୍ଦସହର ଅନ୍ତର୍ଗତ ସିକନ୍ଦରାବାଦରେ ମହେଶ ଶର୍ମା ଏକ ଜନସଭାକୁ ସମ୍ବୋଧିତ କରିଥିଲେ | ତାଙ୍କ ଭାଷଣ ମର୍ଯ୍ୟାଦା ଲଂଘି ଯାଇଥିବା ଭଳି ମାନେ ହୋଇଥିଲା | ମଂଚରେ ଭାଷଣ ଦେବାବେଳେ ସେ କହିଥିଲେ ଯେ, 'ଯଦି ମମତା ବାନାର୍ଜୀ ଏଠାକୁ ଆସି କଥକ ଡ୍ୟାନ୍ସ କରନ୍ତି ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଗୀତ ଗାଆନ୍ତି ତାହେଲେ କିଏ ଶୁଣିବ' | ଏହାପରେ ସେ କଂଗେଶ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ |


କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ 'ପପ୍ପୁ' କହିଥିଲେ | ସେ କହିଥିଲେ ଯେ, 'ପପ୍ପୁ କହୁଛି ଯେ, ମୁଁ ପ୍ରଧାନମନ୍ତ୍ରୀ ହେବି, ଏବେ ତ ପପ୍ପୁର … ମଧ୍ୟ ଆସିଗଲାଣି | ସେ ପ୍ରିୟଙ୍କା କ'ଣ ଆଗରୁ ଆମ ଦେଶର ଝିଅ ନଥିଲା ?' ଆଜି ଆମ ଦେଶର ସିଂହ ମୋଦି ବୋଲି କହିଥିଲେ ମହେଶ ଶର୍ମା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.