କେନାଲକୁ ଖସିଲା ଯାତ୍ରୀବାହୀ ବସ୍, ଗାଡ଼ିରେ ଥିଲେ ୪୫ରୁ ୫୦ ଯାତ୍ରୀ

Published By : Prameya-News7 Bureau | May 16, 2022 IST

ବୌଦ୍ଧ ୧୬।୦୫ : ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୪୫ ରୁ ୫୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ବସ ଦୁର୍ଘଟଣାଗସ୍ତ ।

ଖବର ଅନୁଯାୟୀ, ସାରଳା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ମାଧପୁର ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କେନାଲକୁ ଭାରସାମ୍ୟ ହରାଇ ଖସିପଡ଼ିଥିଲା । ଫଳରେ ଗାଡ଼ିରେ ଥିବା ପ୍ରାୟ ୪୫ ରୁ ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ।

ସେପଟେ ଖବର ପାଇ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଥିବା ଜଣାପଡିଛି । ସାମାନ୍ୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଆଡେନିଗଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା କରି ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.