ଭଉଣୀକୁ ଲାଗିଲା ବିଦ୍ୟୁତ୍ ଆଘାତ, ବଞ୍ଚାଇବାକୁ ଯାଇ ଭାଇ ମୃତ

Published By : Prameya-News7 Bureau | September 04, 2019 IST

ବଲାଙ୍ଗିର ୪।୯: ବଲାଙ୍ଗିରରେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁରିଣ୍ଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁରିଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘର ଓଳାଇବା ସମୟରେ ଭଉଣୀଙ୍କୁ କରେଣ୍ଟ ଲାଗିଥିଲା । ଫଳରେ ତାଙ୍କୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ଉଭଣୀଙ୍କୁ କଣ୍ଟାବାଞ୍ଝି ମେଡିକାଲରେ ଭର୍ତ୍ତି କରାଯାଇଛି ।   

ପୂର୍ବରୁ ବଲାଙ୍ଗିର ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ଗାଁରେ ବିଦ୍ୟୁତ୍ ଆଘାତରେ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.