ପ୍ରେମିକାର ବଧୂବେଶ ଦେଖି ସହିପାରିଲାନି ଯୁବକ, ଫଟୋ ଉଠାଇବା ସହ ଏମିତି କଲା କାମ ସମସ୍ତେ ଦେଖି ହୋଇଗଲେ ଚକିତ

Published By : Prameya-News7 Bureau | March 14, 2019 IST

ରାୟବରେଲି  ୧୪/୩-ପ୍ରେମିକାର ବିବାହ ଭୋଜିକୁ ଯାଇଥିଲା ଯୁବକ । କିନ୍ତୁ ଏହି ବେଶଦେଖି ସହିପାରିଲାନି ବୋଲି ୩ ମିନିଟରେ କଲା ଏମିତି କାମ ..ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ ।

ରାୟବରେଲିରେ ଘଟିଛି ଏହି ଅଭାବନୀୟ ଘଟଣା ।  ପ୍ରେମିକାର ପ୍ରତାରଣା ସହି ନ ପାରି ଯୁବକ କରିଛି ଏପରି କାମ । ବିବାହ ଭୋଜିରେ ସାମିଲହେବା ସହ ପ୍ରେମିକାର ଉଠେଇଛି ଫଟୋ । ଆଗରୁ ପଛରୁ ବି ନେଇଛି ପ୍ରେମିକା ସହ ସେଲଫି । କିନ୍ତୁ ୨/୩ ମିନିଟ ଭିତରେ ହୋଇଗଲା ଓଲଟପାଲଟ । କେହି କିଛି ଭାବିବା ପୂର୍ବରୁ ଅକସ୍ମାତ ଘଟିଗଲା ଏହି ଘଟଣା ।

ଯୁବକ ପ୍ରେମିକାକୁ ହତ୍ୟା କରିବା ପାଇଁ କରିଥିଲା ଯୋଜନା । ଏହି ଯୋଜନା ଅନୁସାରେ ପ୍ରେମିକା ବିବାହ ଭୋଜିରେ ଯୋଗଦେଇଥିଲା ଖୁସି ମନରେ । ବିବାହର ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ନେଇଥିଲା ଭାଗ । ପ୍ରେମିକାର ବିବାହ ମଣ୍ଡପରୁ ବି ନେଇଥିଲା ଫଟୋ ।

ଯୁବକ ପ୍ରତିଶୋଧ ନେବାକୁ ଘରୁ ନିଜ ଦାଦା ବନ୍ଧୁକକୁ ଚୋରେଇ ନେଇଥିଲା । ବିବାହର ଏହି ଖୁସିର ମାହୋଲ ଚାଲିଥିବାବେଳେ ସେ ନେଇଥିଲା ମଉକା । ସମୟସୁବିଧା ଦେଖି ପ୍ରେମିକାର ମୁଣ୍ଡକୁ ଗୁଳି ପରେ ଗୁଳି ମାରିଚାଲିଥିଲା । ମାତ୍ର ତିନି ମିନିଟ୍ ଭିତରେ ସବୁକିଛି ହୋଇଯାଇଥିଲା ଓଲଟପାଲଟ । ଘଟଣାସ୍ଥଳରେ ପ୍ରେମିକାର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଛାନଭିନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.