୪୪.୬ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ଆହୁରି ଦୁଇ- ତିନି ଜାରି ରହିବ ଗ୍ରୀଷ୍ମପ୍ରବାହ

Published By : Prameya-News7 Bureau | May 03, 2024 IST

ଭୁବନେଶ୍ବର: ଜାରି ରହିଛି ଗ୍ରୀଷ୍ମପ୍ରବାହ। ତତଲା କଡ଼େଇରେ ଭାଜି ହେଉଛନ୍ତି ରାଜ୍ୟବାସୀ। ଶୁକ୍ରବାର ମଧ୍ୟ ରାଜ୍ୟର ୨୬ ସହରରେ ତାତି ୪୦ ଡିଗ୍ରୀ ଉପରେ । ଆଉ ୪୪.୬ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ହୋଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ବୌଦ୍ଧରେ ୪୪.୬, ଟିଟିଲାଗଡ଼ ୪୪.୦, ନୂଆପଡ଼ା ୪୩.୯, ବଲାଙ୍ଗିର ୪୩.୪, ମାଲକାନଗିରି ୪୩.୩, ପାରଳାଖେମୁଣ୍ଡି ୪୩.୩, ଭବାନୀପାଟଣା ୪୩.୦, ବାରିପଦା ଓ ସମ୍ବଲପୁରରେ ୪୨.୮,  ଅନୁଗୁଳ ୪୨.୭, ହୀରାକୁଦ ୪୨.୩, ତାଳଚେର ୪୨.୨, ଝାରସୁଗୁଡ଼ା ଏବଂ ସୋନପୁର ୪୨.୧ ଓ ଭୁବନେଶ୍ବର ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 

ସେପଟେ ପାଣିପାଗ ବିଭାଗର ଅନୁମାନ କରିଛି, ଆସନ୍ତା ୪ରୁ ଉପକୂଳ ଓଡ଼ିଶାରେ ଆଉ ହିଟ୍‌ୱେଭ ରହିବନି । ତାତିରେ ମଧ୍ୟ ହ୍ରାସ ହେବ। ୬ ତାରିଖରୁ ପୂରା ରାଜ୍ୟରେ ଗ୍ରୀଷ୍ମପ୍ରବାହରେ ବ୍ରେକ୍‌ ଲାଗିବ । ଆସନ୍ତା ତିନି ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପରେ  ତାତି ୩ରୁ ୪ ଡିଗ୍ରୀ ଖସିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

୪ରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ ।  ୬ରେ ବାଲେଶ୍ୱର ଓ ମୟୂରଭଭଞ୍ଜରେ ଘନ ମେଘ ଖଣ୍ଡ ସୃଷ୍ଟି ହେବ ।  ଉପରବେଳା କାଳବୈଶାଖୀ ବର୍ଷା ହେବ ।  ପରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁରରେ କିଛି ବର୍ଷା ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.