ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ପିଠିରେ ଲେଖିଥିଲେ ସ୍ବାମୀଙ୍କ ନାମ, ବୋନି କହିଲେ- ଆଜି ବି ତୁମେ ମନେପଡ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ ୨୦।୦୧ : ବଲିଉଡ୍‌ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଆଉ ଦୁନିଆରେ ନାହାନ୍ତି ସତ, ହେଲେ ପ୍ରଶଂସକଙ୍କ ହୃଦୟରେ ଆଜି ବି ସେ ଜୀବିତ ଅଛନ୍ତି। ଦୁଇ ଝିଅଙ୍କ ସହ ସ୍ବାମୀ ବୋନି କପୁର ସର୍ବଦା ତାଙ୍କୁ ମନେ ପକାଉଛନ୍ତି। ଶ୍ରୀଦେବୀଙ୍କ ସହ ପୁରୁଣା ଦିନକୁ ମନେ ପକାଇ ସମସ୍ତେ ଫଟୋ ସେୟାର କରିଥାନ୍ତି। ବର୍ତ୍ତମାନ ମଧ୍ୟ ସେଭଳି ଏକ ଫଟୋ ସେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

wp:html
/wp:html

ତେବେ ବୋନି କପୁର ସେୟାର କରିଥିବା ଫଟୋଟି ୨୦୧୨ର ଦୂର୍ଗା ପୂଜା ସମୟର ଅଟେ। ଏହା ଲକ୍ଷ୍ନୌରେ ପାଳନ କରୁଥିବା ସମୟରେ ଶ୍ରୀଦେବୀ ଶାଢ଼ି ପିନ୍ଧିଥିବା ବେଳେ ସେ ନିଜ ଗାଲ ଏବଂ ମୁଣ୍ଡରେ ସିନ୍ଦୁର ଲଗାଇଛନ୍ତି। ଏବଂ ତାଙ୍କ ପିଠିରେ ସିନ୍ଦୁରରେ ବୋନି ଲେଖାଯାଇଥିବା ସ୍ପଷ୍ଟ ଦେଖାଯାଉଛି। ବୋନି କପୁର ଏହି ଫଟୋକୁ ସେୟାର କରିବା ମାତ୍ରେ ପ୍ରଶଂସକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଚାନ୍ଦିନୀ କହି ତାଙ୍କୁ ମନେ ପକାଉଥିବା କହୁଥିବା ବେଳେ ସେ କେହି କହୁଛନ୍ତି ସେ ଦୁନିଆରେ ନ ଥିବା ବିଶ୍ୱାସ କରି ହେଉନାହିଁ ।

wp:gallery {"ids":[576694],"linkTo":"none"} /wp:gallery

ତେବେ ୧୯୯୬ ଜୁନ୍‌ ୨ରେ ବୋନି ଶ୍ରୀଦେବୀଙ୍କୁ ବିବାହ କରିଥିଲେ। ଏହା ବୋନିଙ୍କ ଦ୍ୱିତୀୟ ବିବାହ ଥିଲା। ପୂର୍ବ ସ୍ତ୍ରୀ ମୋନା ଶୌରୀଙ୍କୁ ବିବାହ କରିଥିଲେ ତାଙ୍କର ଦୁଇ ସନ୍ତାନ ଅର୍ଜୁନ କପୁର ଏବଂ ଅଂଶୁଳା କପୁର ଅଛନ୍ତି। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଥିଲା । ସେତେବେଳେ ତାଙ୍କର ବୟସ ପ୍ରାୟତଃ ୫୪ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରି ସହ ପରିବାରକୁ ଶକ୍ତ ଝଟକା ଲାଗିଥିଲା । ବୋନି ଲୋକପ୍ରିୟ ପ୍ରଯୋଜକ ଥିବା ବେଳେ ଆଗାମୀ ଦିନରେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରଣବୀର କପୁର, ଶ୍ରଦ୍ଧା କପୁର ଏବଂ ଡିମ୍ପଲ କପାଡିଆଙ୍କ ସହ ସେ ସ୍କ୍ରିନ୍‌ ସେୟାର କରିବେ ବୋଲି ଶୁଣିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.