ବୋମା ଫିଙ୍ଗି ଥାନାରେ ନଜଣାଇବାକୁ ଧମକ, ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ଛାନ୍‌ଭିନ୍‌

Published By : Prameya-News7 Bureau | April 30, 2024 IST

ସାଲେପୁର ୩୦/୪: ସାଲେପୁର ଥାନା ଲେଖନପୁର ମୁସଲିମ ସାହିରେ ବୋମାମାଡ । ବିଳମ୍ବିତ ରାତିରେ ଅଫସାନା ବିବିଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଛି ।  ଥାନାରେ ଅଭିଯୋଗ କଲେ ପରିଣାମ ଭୋଗିବ ବୋଲି ଫୋନରେ ଧମକ ଆସିଥିବା ଜପକୁଦ ଫାଣ୍ଡିରେ ଅଭିଯୋଗ ହୋଇଛି ।

ବୋମାମାଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ରାଜନୈତିକ ଆକ୍ରୋଶ ରଖି କେହି ବୋମା ଫିଙ୍ଗିଥିବା ଅଫସାନା ବିବିଙ୍କ ପରିବାର ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଗୋଡି, ସୁତୁଲୀ ବୋମାରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ଦୁର୍ବତ୍ତକୁ ଧରିବାକୁ ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.