କେଉଁ ସ୍କୁଲରେ ପଢନ୍ତି ବଲିଉଡର ଏହି ଷ୍ଟାରକିଡମାନେ ଜାଣନ୍ତୁ…
30/10/2019 at 11:56 AM

ମୁମ୍ବାଇ୩୦|୧୦: ସାଧାରଣତଃ ଫିଲ୍ମ ଷ୍ଟାରଙ୍କ ସହ ଜଡିତ ପ୍ରତ୍ୟେକ ଖବର ଲୋକଙ୍କ ମନରେ ଉତ୍ସୁକ ସହ ଆଗ୍ରହବଢାଇଥାଏ।ବଲିଉଡରେ ଅଭିନେତା ଓ ଅଭିନେତ୍ରୀଙ୍କ ଭଳି ତାଙ୍କ ପିଲାମାନେ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି। ଆଜିକାଲି ବଲିଉଡରେ ଷ୍ଟାରକିଡମାନଙ୍କର ରାଜୁତି ଚାଲିଛି। ସେମାନଙ୍କ ଫ୍ୟାସନ, ଷ୍ଟାଇଲ, ପରିଧାନ ଶୈଳୀ, ଲୁକ୍ ସବୁ କିଛି ଚର୍ଚ୍ଚାରେ ରହେ। ହେଲେ ବହୁତ କମ ଲୋକେ ଜାଣିଥିବେ ଯେ, କେଉଁ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ କେଉଁ ସ୍କୁଲରେ ପାଠ ପଢନ୍ତି। ତେବେ ଷ୍ଟାରକିଡଙ୍କ ସ୍କୁଲ ଉପରେ ପକାନ୍ତୁ ନଜର।

ଅଭିଷେକ ଓ ଐଶ୍ବର୍ଯ୍ୟାଙ୍କ ଲାଡଲି ଆରାଧ୍ୟା ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢନ୍ତି। ୨୦୦୩ ମସିହାରେ ନୀତା ଅମ୍ବାନୀ ଏହି ସ୍କୁଲ ଆରମ୍ଭ କରିଥିଲେ।

ଶାହରୁଖ ଖାନଙ୍କ ପୁଅ ଅବ୍ରାହମ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢନ୍ତି।

ମାଧୁରୀ ଦୀକ୍ଷିତ ନେନେଙ୍କ ୨ଟି ପୁଅ ଅରୀନ ଓ ରୟାନ ମୁମ୍ବାଇର ଓବରଏ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢନ୍ତି। ଭାରତର ଟପ୍ ୩ଟି ସ୍କୁଲ ମଧ୍ୟରେ ଓବରଏ ଇଣ୍ଟରନ୍ୟାଶନାଲ ସ୍କୁଲ ସାମିଲ ଅଛି।

ଅକ୍ଷୟ କୁମାର ଓ ଟୁଇଙ୍କିଲ ଖନ୍ନାଙ୍କ ପୁଅ ଆରବ ଜୁହୁ ସ୍ଥିତ ଇକଲେ ମୋଣ୍ଡିଆଲେ ୱାଲର୍ଡ ସ୍କୁଲରେ ପାଠ ପଢନ୍ତି। ରିପୋର୍ଟ ଅନୁସାରେ ଉଭୟଙ୍କ ଝିଅ ନିତାରା ମଧ୍ୟ ସେହି ସ୍କୁଲରେ ପାଠ ପଢନ୍ତି।

ଋତିକ ରୋଶନ ଓ ସୁଜେନଙ୍କ ୨ଟି ପୁଅ ଧୀରୁବାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢନ୍ତି। ସୂଚନାଯୋଗ୍ୟ ଯେ, LKGରୁ ନେଇ ସପ୍ତମ ଶ୍ରେଣୀ ଯାଏଁ ଏହି ସ୍କୁଲର ଫିସ୍ ହେଉଛି ୧ ଲକ୍ଷ ୭୦ ହଜାର ଟଙ୍କା।