ଏହି ମହିଳା ଡ଼ାକ୍ତରଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ବଲିଉଡ୍ ହିରୋଇନ୍…
19/10/2019 at 3:50 PM

ବିହାର୧୯|୧୦: ଜଣେ ମହିଳା ଡାକ୍ତରଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ବଲିଉଡ୍ ହିରୋଇନ । ଅଧିକାଂଶ ସମୟରେ ଏହି ମହିଳା ଡାକ୍ତର ସୋସିଆଲ ମିଡ଼ିଆରେ ନଜର ଆସିଥାନ୍ତି। ଏହି ସୁନ୍ଦରୀ ମହିଳାଙ୍କ ସଂପର୍କରେ ଜାଣନ୍ତୁ।

ଏହି ସୁନ୍ଦରୀ ମହିଳା ଡାକ୍ତରଙ୍କ ନାଁ ନେହା ଗୁପ୍ତା। ନେହା ବିହାରର ଭାଗଲପୁରରେ ରହନ୍ତି। ଡେଣ୍ଟାଲ ବିଭାଗରେ ନେହା ଗୁପ୍ତା ଡ଼ାକ୍ତର ଅଛନ୍ତି। ପେଶାରେ ଜଣେ ଡାକ୍ତରଙ୍କୁ ସେ ବିବାହ କରିଛନ୍ତି। ନିକଟରେ ନେହା ଏକ ବିୟୁଟି କଣ୍ଟେଷ୍ଟରେ ଭାଗ ନେଇଥିଲେ। ବିୟୁଟି ପ୍ରତିଯୋଗୀତାରେ ଭାଗ ନେବା ପରେ ନେହାଙ୍କ ସୌନ୍ଦର୍ଯ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଋଷର ରାଜଧାନୀ ମୋସ୍କୋରେ ଆୟୋଜିତ ମିସ୍ ଆଣ୍ଡ୍ ମିସେସ ଇଣ୍ଟରନ୍ୟାସନାଲରେ ନେହା ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ ନେହା ପ୍ରଥମ ରନର୍ସଅପ୍ ହୋଇଥିଲେ। ପ୍ରତିଯୋଗୀତାରେ ବିଜୟ କରି ପାରିନଥିଲେ କିନ୍ତୁ ଏସିଆର ସବୁଠୁ ସୁନ୍ଦରୀ ମହିଳା ଭାବେ ତାଙ୍କୁ ଚୟନ କରାଯାଇଥିଲା।

ମୋସ୍କୋରେ ଆୟୋଜିତ ପ୍ରତିଯୋଗୀତାରେ ୪୦ଟି ଅଲଗା ଅଲଗା ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ସେହିପରି ୨୦୧୬ ମସିହାରେ ଉତ୍ତରପ୍ରଦେଶରେ ଚାଲିଥିବା ପ୍ରତିଯୋଗୀତାରେ ସେ ମିସ୍ ୟୁପି ମୁକୁଟ ବିଜୟିନୀ ହୋଇଥିଲେ । ୨୦୧୫ ମସିହାରେ ସେ ଏନସିଆରର ଫାଇନାଲିଷ୍ଟ୍ ବି ହୋଇଥିଲେ।

ମଡଲିଂ ପ୍ରତି ନେହା ବହୁତ ଋଚି ରଖନ୍ତି। ଏଥିସହ ନିଜ ସ୍ବାସ୍ଥ୍ୟପ୍ରତି ନେହା ସବୁବେଳେ ଯତ୍ନବାନ ହୋଇଥାନ୍ତି। ଏବେ ନେହା ଲକ୍ଷ୍ମୌରେ ରହି ଡାକ୍ତର ବିଦ୍ୟା ଅଧ୍ୟୟନ କରୁଛନ୍ତି। ଡେଣ୍ଟାଲ ସର୍ଜନ ଭାବେ ସେ ମାଷ୍ଟର ଡିଗ୍ରୀ କରୁଛନ୍ତି। ଅଧିକାଂଶ ସମୟରେ ନେହା ସୋସିଆଲ ମିଡିଆରେ ନଜର ଆସିଥାନ୍ତି।