ଆଖି ପିଛୁଳାକେ ସିନ୍ଧ ନଦୀରେ ବୁଡିଗଲା ଡଙ୍ଗା : ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର, ଦୁଇ ନିଖୋଜ, ଭିଡିଓ ଭାଇରାଲ୍

Published By : Prameya-News7 Bureau | January 29, 2022 IST

ମଧ୍ୟପ୍ରଦେଶ ୨୯/୦୧: ମଧ୍ୟପ୍ରଦେଶ ଭୀଣ୍ଡର ସିନ୍ଧ ନଦୀରେ ବୁଡିଗଲା ଡଙ୍ଗା । ଚାହୁଁ ଚାହୁଁ ଆଖି ଆଗରେ ବୁଡିଯାଇଥିଲା ଡଙ୍ଗା । ୧୦ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ହଠାତ୍ ପାଣିରେ ବୁଡିଯାଇଥିଲା । ହେଲେ ନଦୀ କୂଳ ଥିବାରୁ ସଂଗେ ସଂଗେ ସେଠାକାର ଲୋକେ ୮ ଜଣଙ୍କୁ ଉଦ୍ଧାର କରି ବାରେ ସକ୍ଷମ ହୋଇଥିଲେ । ହେଲେ ଆଉ ଦୁଇଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

wp:html /wp:html

ସୂଚନା ଥାଉକି, ଡଙ୍ଗାରେ ଯାଉଥିବା ଲୋକମାନେ ଏକ ଧାର୍ମିକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଡଙ୍ଗା ବୁଡିବାର ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ଡଙ୍ଗାରେ ବସିଛନ୍ତି । ତା’ପରେ ଡଙ୍ଗା ଗୋଟିଏ ପାର୍ଶ୍ୱରୁ ବୁଡ଼ିବାକୁ ଲାଗୁଛି । ଆସ୍ତେ ଆସ୍ତେ କିଛି ସମୟ ପରେ ଡଙ୍ଗାଟି ସଂପୂର୍ଣ୍ଣ ପାଣିରେ ବୁଡ଼ିଗଲା ।

ଲୋକେ ମଧ୍ୟ ଧୀରେ ଧୀରେ ବୁଡିବାକୁ ଲାଗନ୍ତି । ତେବେ କିଛି ଲୋକେ ଏହାକୁ ଦେଖିବାପରେ ସଂଗେ ସଂଗେ ଆସି ସାହାଯ୍ୟ କରନ୍ତି । କିଛି ଲୋକ ନିଜେ ପାଣିକୁ ଡେଇଁ ସାହାଯ୍ୟ କରୁଥାନ୍ତି । ଆଉ କିଛି ଲୋକ ଭିଡିଓରେ ବଞ୍ଚିବା ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓଟିକୁ ନଦୀ ଏପାଖରେ ଜଣେ ମୋବାଇଲରେ ସୁଟିଂ କରିଥିଲେ । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.