ବ୍ଲୁ ଫ୍ଲାଗ୍ ବିଚକୁ ତୀବ୍ର ବିରୋଧ, ଜିଲ୍ଲାପାଳଙ୍କ ଅଫିସ ଆଗରେ ବ୍ୟବସାୟୀଙ୍କ ଧାରଣା

Published By : Prameya-News7 Bureau | December 23, 2021 IST

ପୁରୀ, ୨୩/୧୨:     ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ତୀବ୍ର ବିରୋଧ କରାଯାଇଛି। ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ପକ୍ଷରୁ ଗୁରୁବାର ଏନେଇ ବିଶାଳ ଶୋଭାଯାତ୍ରା ବାହାରିଛି।

କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀ ବହୁ ସଂଖ୍ୟାରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଗତ ୧୭ତାରିଖରୁ ବେଳାଭୂମିରେ ଅହୋରାତ୍ର ଧାରଣା ଦେଉଛନ୍ତି ବ୍ୟବସାୟୀ। ତୁରନ୍ତ ଏହି ବ୍ଲୁ ଫ୍ଲାଗ ବିଚ୍ ବାତିଲ ପାଇଁ  ସେମାନେ ଦାବି କରିଛନ୍ତି । ଏନେଇ ଗୁରୁବାର ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ମାନେ ଜିଲ୍ଲପାଳଙ୍କ ଅଫିସ ନିକଟରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.