Crypto ବଜାରରେ ବ୍ଲାକ୍ ଫ୍ରାଇଡେ, କ୍ରାସ୍ ହେଲା ବିଟକଏନ୍ ସମେତ ଦୁନିଆର ଟପ୍ ଡିଜିଟାଲ କରେନ୍ସୀ

Published By : Prameya-News7 Bureau | January 21, 2022 IST

ମୁମ୍ବାଇ ୨୧।୧: କ୍ରିପ୍ଟୋ କରେନ୍ସୀରେ ଗତବର୍ଷ ବେଶ୍ ନିବେଶ ହୋଇଛି। ଲାଭକୁ ନଜରରେ ରଖି ଲୋକେ ଆଖିବୁଜି ନିବେଶ କରିଥିଲେ। ଏଥିରୁ ୨୦୨୨ ମଧ୍ୟ କ୍ରିଫ୍ଟୋ କରେନ୍ସୀ ବଜାର ଲାଗି ବେଶ ଉଲ୍ଲେଖନୀୟ ହେବ ବୋଲି ବିଶେଷଜ୍ଞ ଆକଳନ କରୁଥିଲେ। ହେଲେ ବର୍ଷ ଆରମ୍ଭରୁ ବଜାର କଚାଡି ହୋଇପଡିଛି। ଶୁକ୍ରବାର ଅନିୟମିତ ବଜାର ଯୋଗୁ ବିଟ୍ କଏନ ମୂଲ୍ୟରେ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବା ନିବେଶକଙ୍କୁ ନିରାଶ କରିଛି।

{"id":577330,"width":840,"height":498,"sizeSlug":"full","linkDestination":"none"}

ଶୁକ୍ରବାର ବିଟ୍ କଏନ ମୂଲ୍ୟରେ ବ୍ୟାପକ ହ୍ରାସ ଦେଖା ଯାଇଛି। ୫.୮୯ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ଯୋଗୁ କରେନ୍ସୀ ମୂଲ୍ୟ ୧ଲକ୍ଷ ୯୮ ହଜାର ୭୭୩ ଟଙ୍କା ପର୍ଯ୍ୟନ୍ତ ଭାଙ୍ଗିଛି। ଫଲରେ କଏନର ଏବେ ମୋଟ ମୂଲ୍ୟ ୭୧ ଲକ୍ଷ ୭୫ ହଜାର ୯୬ ଟଙ୍କାକୁ ଖସି ଆସିଛି। ଏହି ମୂଲ୍ୟ ହ୍ରାସ ସହ ବିଟ କଏନର ବଜାର ପୁଞ୍ଜିକରଣ ( ମାର୍କେଟ କ୍ୟାପିଟାଲାଇଜେସନ) ହ୍ରାସ ହୋଇ ୫୪.୭ ବିଲିୟନ ଟଙ୍କାରୁ ବି ତଳକୁ ଖସି ଯାଇଛି। କେବଳ ବିଟକଏନ ନୁହେଁ ଇଥେରିୟମ ଦର ମଧ୍ୟ ହ୍ରାସ ହୋଇଛି। ଇଥେରିୟମ ମୂଲ୍ୟରେ  ୬.୮୮ ପ୍ରତିଶତ ହ୍ରାସ ହୋଇଥିବା ବେଳେ ୧୭ ହଜାର ୩୩୧ ଟଙ୍କା ହରାଇ କଏନ ଦର ୨ଲକ୍ଷ ୩୪ ହଜାର ୫୧୨ ଟଙ୍କାକୁ ଖସିଛି।

{"id":577331,"sizeSlug":"full","linkDestination":"none"}

ବିଟ୍ କଏନ  ଅଥବା ଇଥେରିୟମ ନୁହେଁ ବିନାନ୍ସ, ପୋଲ୍କାଡଟ୍, ଡଜ୍ କଏନ, ଶିବାଇନୁ ଓ ଲାଇଟ୍‌ କଏନ ମଧ୍ୟ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଫଳରେ ଡିଜିଟାଲ କରେନ୍ସୀ ଲାଗି ଆଜିର ଶୁକ୍ରବାର ବ୍ଲାକ୍ ଫ୍ରାଇଡେ ସାବ୍ୟସ୍ତ ହୋଇଛି। ତେବେ ଏଥିରେ ଟେଥର କଏନ ଏକମାତ୍ର କରେନ୍ସୀ ଯାହାର ଅଭିବୃଦ୍ଧି ଦେଖା ଯାଇଛି। ଏହି କଏନ ଦରରେ ୦.୯୧ ପ୍ରତିଶତ ଅର୍ଥାତ ୦.୭୩ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଦେଖା ଯାଇଛି। ଫଲରେ ଟେଥର ର ଦର ୮୧ଟଙ୍କା ୩୯ ପଇସାରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.