ବିଜେପି ସବୁଠୁ ଧନୀ, ଜାଣନ୍ତୁ କେଉଁ ଦଳ ପାଖରେ ରହିଛି କେତେ ସମ୍ପତ୍ତି ?

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ,୨୮/୦୧: ବିଜେପି ପାଖରେ ରହିଛି ସବୁଠାରୁ ଅଧିକ ଘୋଷିତ ଧନରାଶି। ଏଡିଆର ରିପୋର୍ଟରୁ ଏହା ଖୁଲାସା ହୋଇଛି। ଏଡିଆର ୨୦୧୯-୨୦ ବର୍ଷ ପାଇଁ ନିଜର ରିପୋର୍ଟ ସର୍ବାଜାନୀନ କରିଛି। ରିପୋର୍ଟ ଅନୁସାରେ ବିଜେପି ନିକଟରେ ୪,୮୪୭.୭୮କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଛି । ଏହି ସମ୍ପତ୍ତି ସବୁ ରାଜନୈତିକ ଦଳର ୬୯.୩୭ ପ୍ରତିଶତ । ଏହାପରେ ମାୟାବତୀଙ୍କ ବିଏସପି ପାଖରେ ୬୯୮.୩୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।  ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ କଂଗ୍ରେସ ରହିଛି ।

ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦ ମଧ୍ୟରେ ସାତଟି ଜାତୀୟ ଏବଂ ୪୪ ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ ମୋଟ ସମ୍ପତ୍ତି ୬,୯୮୮.୫୭ କୋଟି ଏବଂ ୨,୧୨୯.୩୮ କୋଟି ଟଙ୍କା । ୪୪ଟି ଆଞ୍ଚଳିକ ଦଳରୁ ଶୀର୍ଷ ୧୦ଟି ପାଖରେ ୨୦୨୮.୭୧୫ କୋଟି ଟଙ୍କା ଥିବା ଏଥିରେ ଦର୍ଶାଯାଇଛି। ଆଞ୍ଚଳିକ ଦଳ ଭାବେ ସମାଜବାଦୀ ପାର୍ଟି ନିଜ ନିକଟରେ ୫୬୩.୪୭ କୋଟି ଟଙ୍କା ଥିବା ଘୋଷଣା କରିଛି। ଏହାପରେ ଟିଆରଏସ ୩୦୧.୪୭ ଏବଂ ଏଆଇଡିଏମକେ ପାଖରେ ୨୬୭.୬୧ କୋଟି ଟଙ୍କା ଥିବା ଘୋଷଣା କରିଛନ୍ତି।

ସେହିପରି ୭ଟି ରାଷ୍ଟ୍ରୀୟ ଏବଂ ୪୪ଟି ଆଞ୍ଚିଳକ ଦଳ ପକ୍ଷରୁ ମୋଟ ୧୩୪.୯୩ କୋଟି ଟଙ୍କାର ଋଣ ଥିବା ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ଦଳରେ କଂଗ୍ରେସ ସର୍ବାଧିକ ୪୯.୫୫ କୋଟି ଟଙ୍କା ଋଣ କରିଥିବା ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.