ପଦ୍ମ ଛାଡି ହାତ ଧରିଲେ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା
6/04/2019 at 1:33 PM

ନୂଆଦିଲ୍ଲୀ ୬|୪ : ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ବିଜେପି ଛାଡି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସେ ଏସଂପର୍କରେ ଟୁଇଟ୍ କରି ଲେଖିଛନ୍ତି ବିଜେପିର ପ୍ରତିଷ୍ଠା ଦିବସରେ ପୁରୁଣା ଦଳ ଛାଡି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବିଜେପି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ସେ କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେ ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢିବେ । ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ପାଟନା ସାହିବରେ ରବିଶଙ୍କର ପ୍ରସାଦ ଓ ଶତ୍ରୁଘ୍ନଙ୍କ ମଧ୍ୟରେ କଡା ଟକ୍କର ହେବ ।
ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କୁ ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ। ମୋଦିଙ୍କ ନେତୃତ୍ବ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିଲେ ସିହ୍ନା ।