ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

Published By : Prameya-News7 Bureau | May 16, 2022 IST

ଭୁବନେଶ୍ୱର ୧୬/୦୫: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ୫ ଜଣିଆ ପ୍ରତିନିଧି ଦଳ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆମେ ନିର୍ବାଚନ ଅଧିକାରୀଙ୍କୁ ଭେଟିଲୁ । କିଛି ସରକାରୀ କର୍ମକର୍ତ୍ତା ମାନେ ବିଜୁ ଜନତା ଦଳର ଭୋଟ ବ୍ୟାଙ୍କ ସାଜିଛନ୍ତି । ତାଙ୍କରି ସପକ୍ଷରେ ଜନସାଧାରଣ ମାନଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି ।

ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଶାସକ ଦଳ ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କ ସାହାର୍ଯ୍ୟ ନେଉଛନ୍ତି ଏହା କେତେ ଦୂର ଠିକ ।ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ମଧ୍ୟ ବହୁ ବାର ଆମେ ନିର୍ବାଚନ କମିଶନରଙ୍କୁ ଭେଟିଥିଲୁ । କିନ୍ତୁ କିଛି ଲାଭ ହେଲା ନାହିଁ ।

ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ,ସିବିକେ ,ଜିଆରଏସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବେ ବୋଲି ଚିଠି ହୋଇଛି । ସ୍ୱଚ୍ଛ ,ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ପାଇଁ ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି । ସେଠି ଯେଉଁ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଜନକ ତାଙ୍କରି ହାତରେ ହିଁ ଏହି ସଚେତନ ଦାୟିତ୍ୱ ନ୍ୟସ୍ତ କରାଯାଉଛି ।

ଏ କଥା କେତେ ଦୂର ନିରପେକ୍ଷ ବୋଲି ପ୍ରଶ୍ନ କରିଛି ବିଜେପି। ଏହିପରି ଦୁର୍ନୀତିଗ୍ରସ୍ତ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ଭୋଟରଙ୍କ ସଚେତନତା ନାମରେ ଏହିପରି ସରକାରୀ କାର୍ଯ୍ୟକର୍ତ୍ତାଙ୍କୁ ଜଡିତ ନ କରନ୍ତୁ ବୋଲି ଆମେ ଦାବି କରିଛୁ। ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଏହି ଚିଠି ପରିବର୍ତ୍ତନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.