ବ୍ଲଗ୍ ଲେଖି ଅସନ୍ତୋଷ ଜାହିର କଲେ ବିଜେପି ବରିଷ୍ଠ ନେତା ଆଡଭାନୀ : 'ମୋ ପାଇଁ ପ୍ରଥମେ ଦେଶ, ତା ପରେ ପାର୍ଟି ଓ ଶେଷରେ ମୁଁ'

Published By : Prameya-News7 Bureau | April 05, 2019 IST

ନୂଆଦିଲ୍ଲୀ ୫|୪ : ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ତେରଛା ବାଣ । ଆଡଭାନୀ ବ୍ଲଗ୍ ଲେଖି  ଆଜି ଦଳର ମୁଖିଆମାନଙ୍କୁ ପରୋକ୍ଷରେ ମାରିଛନ୍ତି ତେରଛା ବାଣ । ଆସନ୍ତାକାଲି ବିଜେପି ପ୍ରତିଷ୍ଠା ଦିବସ ପାଳନ ହେବ। ତା ପୂର୍ବରୁ ସେ ଏକ ବ୍ଲଗ୍  ଲେଖି କହିଛନ୍ତି ଯେ ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ ନୁହଁନ୍ତି । ତାଙ୍କ ଦଳ କେବେବି  ନିଜର ବିରୋଧୀମାନଙ୍କୁ ଶତ୍ରୁଭାବରେ ଦେଖୁନଥିଲା, ବରଂ ସେମାନଙ୍କୁ ପ୍ରତିପକ୍ଷ ଭାବେ ଦେଖୁଥିଲା । ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି ହେଉଛି ବିବିଧତା ଓ ମତ ପ୍ରକାଶ କରିବାର ସ୍ୱାଧୀନତା । ଯେଉଁମାନେ ବିଜେପି ସହ ଏକମତ ନଥିଲେ ସେମାନଙ୍କୁ କେବେହେଲେ ଦେଶଦ୍ରୋହୀ ବୋଲି ମନେ କରାଯାଉନଥିଲା ।

ସେହିଭଳି ଆଡଭାନୀ ଲେଖିଥିଲେ ଯେ  ଦେଶ ପ୍ରଥମ, ତାପରେ ପାର୍ଟି ତାପରେ ସେ । ଏକ ଦଳୀୟ ନିଷ୍ପତ୍ତିକ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେଉନାହିଁ । ଏଥର ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟ୍ କୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଛି । ଏହାକୁ ନେଇ ଦଳକୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି । ସେପଟେ ଆଡଭାନୀଙ୍କ ବ୍ଲଗ୍ କୁ ପ୍ରଶଂସା କରି ମୋଦି କରିଛନ୍ତି ଟ୍ବିଟ୍ । ଲେଖିଛନ୍ତି ଆଡଭାନୀଙ୍କ ଭଳି ବରିଷ୍ଠ ନେତାଙ୍କ ମତକୁ ସେ ସମ୍ମାନ କରନ୍ତି । ଆଡଭାନୀ ସଠିକ କଥା କହିଛନ୍ତି ଯେ ଦେଶ ପ୍ରଥମ, ତାପରେ ପାର୍ଟି ତାପରେ ସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.