ଖୋଦ ଶାସକ ଦଳର ନେତା-ମନ୍ତ୍ରୀ କୋଭିଡ୍ କଟକଣା ଉଲଂଘନ କରୁଛନ୍ତି : ଗୋଲକ ମହାପାତ୍ର

Published By : Prameya-News7 Bureau | January 20, 2022 IST

ଭୁବନେଶ୍ବର ୨୦।୧: ପଞ୍ଚାୟତ ନିର୍ବାଚନରେ କୋଭିଡ୍ କଟକଣା ଉଲଂଘନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦବେଗ ପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ସମସ୍ତ ରାଜନୈତିକ ଦଳ କୋଭିଡ ଗାଇଡ଼ଲାଇନ ମାନିବା ଦରକାର । ଖୋଦ ଶାସକ ଦଳର ନେତା ମନ୍ତ୍ରୀ ଉଲଂଘନ କରୁଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ କୋଭିଡ କଟକଣା ଉଲଂଘନ କରିଥିବା ନେଇ ବିଜେପି ଅଭିଯୋଗ ଆଣିଥିଲା । ତେଣୁ କଟକଣା ଉଲଂଘନ ନେଇ କମିଶନ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି । ଏହାସହ ସମସ୍ତେ କଟକଣା ମାନନ୍ତୁ ବୋଲି ବିଜେପି ଅନୁରୋଧ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.