ନିର୍ବାଚନ ଆଚରଣ ବିଧି ଉଲଂଘନ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ : ବିଜେଡି

Published By : Prameya-News7 Bureau | April 25, 2024 IST

ଭୁବନେଶ୍ବର ୨୫।୪: ନିର୍ବାଚନ ଆଚରଣ ବିଧି ଉଲଂଘନ ଓ ବିଜେପି, ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ପୂର୍ବରୁ ଆମେ ବହୁତ ଥର ବିଜେପିର ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାନରାମଚନ୍ଦ୍ରପୁର ପଞ୍ଚାୟତର ମଧୁଚୁଆଁ ଗାଁରେ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନ ସଭା କରୁଥିଲେ । ଏହା ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ । କାରଣ ନିର୍ବାଚନ ଆଚରଣ ବିଧି ଲଗାଇଥିବା ସମୟରେ କୌଣସି ସରକାରୀ ସମ୍ପତ୍ତିକୁ ବ୍ୟବହାର କରାଯାଇ ପାରିବ ନାହିଁ । ଏଥିରୁ ବିଜେପି କ୍ଷାନ୍ତ ରହୁ ବୋଲି ବିଜେଡି ମୁଖପାତ୍ର ଓମପ୍ରକାଶ ସାହୁ କହିଛନ୍ତି ।

You Can Read :

ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ, ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.