ଅତାବିରାରେ ବିକାଶର ହିସାବ ଦେଲେ ଭି.କେ. ପାଣ୍ଡିଆନ୍, ଯୋଡି ଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

Published By : Prameya-News7 Bureau | May 08, 2024 IST

ଅତାବିରା ୮।୫: ବରଗଡରେ ବିଜେଡି ନେତା ଭି.କେ. ପାଣ୍ଡିଆନ୍‌ଙ୍କ ମାରାଥନ୍ ପ୍ରଚାର । ପ୍ରଥମେ ପଦ୍ମପୁର, ବିଜେପୁର ପରେ ଅତାବିରାରେ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ୍ ମାଗିଛନ୍ତି ପାଣ୍ଡିଆନ୍ । ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍ କଲେ ପାଣ୍ଡିଆନ୍ ।

ଆୟୋଜିତ ସାଧାରଣ ସଭାରେ ଭି.କେ. ପାଣ୍ଡିଆନ୍‌ଙ୍କ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଅତାରିବାର ଜନସମୁଦ୍ର ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯିବ ବୋଲି ପାଣ୍ଡିଆନ୍ କହିଛନ୍ତି । ଅତାବିରାରେ ବିକାଶର ହିସାବ ଦେଲେ ପାଣ୍ଡିଆନ୍ । ନବୀନ ବାବୁ ରାଜନୀତିକୁ ସେବା କରିବାକୁ ଆସିଛନ୍ତି  । ବିଜେଡି ଲୋକଙ୍କ ସେବା କରୁଛି । ସେବା ମୁଖ୍ୟମନ୍ତ୍ରୀଙ୍କ ଧର୍ମ । ଲୋକଙ୍କୁ ବିକାଶର ହିସାବ ଦିଅନ୍ତି ମୁଖ୍ୟମନ୍ତ୍ରୀ । ଭେଡେନକୁ ଏନଏସି ମାନ୍ୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ସାଧାରଣ ସଭାରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ବିଜେଡି ସେବା କରି ଚାଲିଛି । ସେବା ମୁଖ୍ୟମନ୍ତ୍ରୀଙ୍କ ଧର୍ମ । ଆମେ ପୁଣି ଥରେ ବିଜୟ ବାନା ଉଡ଼ାଇବା । ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ।

You Can Read :

ନିଶା ଦେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ୫ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.