ସିଡିଏସ୍‌ ବିପିନ୍‌ ରାଓ୍ବତ ଏବଂ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ ୨୫/୦୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ତାଲିକା ଘୋଷଣା ହୋଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି । ୪ ଜଣଙ୍କୁ ପଦ୍ମ ବିଭୂଷଣ ମିଳିଥିବା ବେଳେ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ମିଳିଛି । ୩୪ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାର ମିଳିଛି । ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ସିଡିଏସ୍‌ ବିପିନ୍‌ ରାଓ୍ବତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନୀତ କରିବାକୁ ଘୋଷଣା ହୋଇଛି । ସେହିଭଳି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ମଧ୍ୟ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଛି । ଭ୍ୟାକସିନ୍‌ ନିର୍ମାତା ସାଇରସ୍‌ ପୁନାଓ୍ବାଲା, ମାଇକ୍ରୋସପ୍ଟ ସିଇଓ ସତ୍ୟ ନାଡେଲା, ଆଲଫାବେଟ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି ।

କଳା କ୍ଷେତ୍ରରେ ମହାରାଷ୍ଟ୍ରର ପ୍ରଭା ଆତ୍ରେ ପଦ୍ମ ବିଭୂଷଣ ପାଇଥିବା ବେଳେ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ରାଧେଶ୍ୟାମ ଖେମ୍‌କାଙ୍କୁ ପଦ୍ମ ବିଭୂଷଣ​‌ରେ ସମ୍ମାନିତ କରାଯାଇଛି । ସେହିଭଳି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ, କଳା କ୍ଷେତ୍ରରେ ଭିକ୍ଟର ବାନାର୍ଜୀ ପଦ୍ମ ଭୂଷଣ ପୁରସ୍କାର ମିଳିଛି । ସୁନାମଧନ୍ୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ମିଳିଛି ।

{"id":579345,"sizeSlug":"large","linkDestination":"none"}
{"width":709,"height":1134}
Image
{"width":747,"height":1166}
Image
{"width":794,"height":912}
Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.