ବାଇକକୁ ଧକ୍କା ଦେଲା ଡମ୍ଫର, ଆରୋହୀ ମୃତ

Published By : Prameya-News7 Bureau | January 16, 2022 IST

ନୀଳଗିରି, ୧୬/୦୧: ବାଇକ୍ ଉପରେ ଚଢିଗଲା ଡମ୍ଫର । ଜୀବନ ହାରିଲେ ବାଇକ ଆରୋହୀ । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ।

ସୂଚନାନୁସାରେ, ସେରଗଡ଼-ଉଦଳା ରାଜ୍ୟପଥ ନୀଳଗିରି ବାଇପାସ ରାସ୍ତାରେ  ଏଭଳି ଦୁର୍ଘଟଣା ଘଟିଛି।ମୃତକ ହେଲେ କାନପୁର ଗାଁର କରୁଣାକର ରାଉତ ଓରଫ ସିଲୁ। ସିଲୁ ବାଲେଶ୍ଵର ଅଭିମୁଖେ ବାଇକରେ ଯାଉଥିବା ବେଳେ ନୀଳଗିରି ଗୋଡିପୋଖରୀ ନିକଟ ବାଙ୍କ ରାସ୍ତାରେ ତାଙ୍କୁ ଏକ ଡ଼ମ୍ଫର ଧକ୍କା ଦେଇଥିଲା ।  ସିଲୁଙ୍କର ଦୁଇଗୋଡ଼ ଉପରେ ଡମ୍ଫର ଚକ ଚଢି ଯାଇଥିଲା।

ଦୁର୍ଘଟଣା ପରେ ସିଲୁଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା। ନୀଳଗିରି ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବାଇକ ଓ ଡମ୍ଫରକୁ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.