ନୂଆ ଭ୍ୟାରିଆଣ୍ଟ ପାଇଁ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ, ଜାରି କଲା ନୂତନ ଗାଇଡଲାଇନ୍

Published By : Prameya-News7 Bureau | November 28, 2021 IST

ଭୁବନେଶ୍ୱର ୨୮।୧୧: ନୂଆ ଭ୍ୟାରିଆଣ୍ଟ ପରେ ସ୍ବାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଜାରି ହୋଇଛି ନୂଆ ଗାଇଡଲାଇନ୍ ।ନୂଆ ଭୁତାଣୁ ବିମାନ ବନ୍ଦର ଦେଇ ଆସିବା ଆଶଙ୍କା ରହିଛି । ତେଣୁ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ଇଣ୍ଟରନ୍ୟାସନାଲ କ୍ବାରେଣ୍ଟାଇନ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ବିମାନବନ୍ଦର ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କର ସର୍ଭିଲାନ୍ସ କରାଯାଉଛି । ସବୁ ଯାତ୍ରୀଙ୍କ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ । ବାହାରୁ ଆସିଲେ ଟେଷ୍ଟିଂଏବଂ ଜିନୋମିକ ସିକ୍ବେସିଂ କରାଯିବ । ସମସ୍ତେ ଭ୍ୟାକ୍ସିନ୍ ନେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ । ଆଇସିଏମଆର ଜିନୋମିକ ଭ୍ୟାରିଏସନ ଦେଖୁଛନ୍ତି । ଏସବୁ ଉପରେ ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.