ବିହାରରେ ଥମୁନି ମଦ ବିଭୀଷିକା: ବିଷାକ୍ତ ମଦ ପିଇ ୫ ମୃତ, ୪ ଗୁରୁତର ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 27, 2022 IST

ବିହାର ୨୭/୦୧: ବିହାରରେ ଥମିବାର ନାଁ ନେଉନି ବିଷାକ୍ତ ମଦ ବିଭୀଷିକା । ମଦ ପିଇ ଅନେକ ଜୀବନ ହାନି ହେଉଥିବା ଘଟଣା ସାମ୍ନାକୁ ଆସୁଛି । ବକ୍ସର ଜିଲ୍ଲାର ଡୁମରାଓରେ ବିଷାକ୍ତ ମଦ ନେଇଛି ପୁଣି ୫ ଜୀବନ । ଘଟଣା ଘଟିଛି ବକ୍ସର ମୁରାର ଥାନା ଅଂସାରୀ ଗାଁରେ । କୁହାଯାଉଛି, ବିଳମ୍ୱିତ ରାତିରେ ମଦ ପିଇବା କାରଣରୁ ୫ ଜଣଙ୍କ ଜୀବନ ଯାଇଛି । ଏହା ବାଦ୍ ୪ ଲୋକଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବକ୍ସର ଏସପି ନୀରଜ କୁମାର ସିଂହ କହିଛନ୍ତି ପ୍ରଶାସନ ୫ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଯାଞ୍ଚ ଚାଲିଛି । ସୂଚନା ଥାଉକି, ନିକଟରେ ନାଳନ୍ଦା ଜିଲ୍ଲାରେ ସୋହସରାୟରେ ବିଷାକ୍ତ ମଦ ପିଇ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ସୋହସରାୟ ଥାନର ଏସଏଚଓଙ୍କୁ ସସପେଣ୍ଡ ମଧ୍ୟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.