ମହଙ୍ଗା ହେଉଛି ଭାରତ, ଗୋଟିଏ ଏକର ଜମିର ଦାମ ୭୪୫ କୋଟି ଟଙ୍କା, ଜାଣନ୍ତୁ କେଉଁଠି
28/06/2019 at 8:39 PM

ମୁମ୍ବାଇ: ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଙ୍କ ତୁଳନାରେ ଭାରତ ଏବେ କିଛି କମ୍ ନୁହେଁ । ଦିନେ ଯେଉଁ ଦେଶରେ ଗୋଡି ମାଟି ମୂଲ୍ୟରେ ଏକର ଏକର ଜମି ବିକ୍ରି ହୋଇ ଯାଉଥିସା ଆଜି ସେହି ଦେଶର ସହରାଞ୍ଚଳରେ ଜମିର ମୂଲ୍ୟ ଶୁଣିରେ କାନ ବଧିରା ଲାଗିବ। ନିକଟରେ ମୁମ୍ବାଇ ମେଟ୍ରୋପାଲିଟନ ରିଜିଅନ ଡେଭଲପମେଣ୍ଟ ଅଥରିଟି (ଏମଏମଆରଏ) ମାତ୍ର ୩ ଏକର ଜମି ନିମନ୍ତେ ନିଲାମ ଆହ୍ୱାନ କରିଥିଲେ। ଏଥିପାଇଁ ସର୍ବୋଚ୍ଚ ବୋଲି ୨ହଜାର ୨୩୮ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ଗୋଟିଏ ଏକର ଜମିରୁ ଏମଏମଆରଏଙ୍କୁ ମିଳୁଛି ୭୪୫ କୋଟି ଟଙ୍କା ।

ଏମଏମଆରଏ ସେଣ୍ଟ୍ରାଲ ମୁମ୍ବାଇର ବାନ୍ଦ୍ରାକୁର୍ଲା କମ୍ପ୍ଲେକ୍ସ ନିକଟରେ ଅବ୍ୟବହୃତ ପଡିଥିବା ଜମିର ନିଲାମ ଆହ୍ୱାନ କରିଥିଲେ। ଏଥିପାଇଁ ସର୍ବାଧିକ ବୋଲି ୨ହଜାର ୨୩୮ କୋଟି ଟଙ୍କାରେ ପହଞ୍ଚିଛି। ଜାପାନୀ ଏମଏନସି ସୁମିତମୋ କର୍ପୋରେସନ ଏହି ବୋଲି ଲଗାଇଛନ୍ତି। ଗୋଟିଏ ଏକର ଜମି ପାଇଁ ୭୪୫ କୋଟି ଟଙ୍କା ଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ବୋଲି କୁହାଯାଉଛି। ତେବେ ଜମିର ନିଲାମ ଓ ହସ୍ତାନ୍ତରଣ ପ୍ରକ୍ରିୟା ଏବେବି ସରିନି। ଏବେ କେବଳ ଜମିର ମୂଲ୍ୟ ନିର୍ଦ୍ଧାରଣ ହୋଇଛି ତେବେ ଏ ନେଇ କିଛି ସର୍ତ୍ତ ଓ ନିୟମାବଳି ଲାଗୁ ହେବ ବୋଲି ଏମଏମଆରଡିଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦିଲ୍ଲୀପ କାବଥକର କହିଛନ୍ତି।

ଜାପାନୀ କମ୍ପାନୀ ସୁମିତମୋ କର୍ପୋରେସନ ୧୯୧୯ ମସିହାରେ ସ୍ଥାପିତ ହୋଇଥିଲା। ଭିତ୍ତିଭୂମି, ରିୟଲ ଇଷ୍ଟେଟ୍, ମିଡିଆ, ମେଟାଲ ପ୍ରଡକ୍ଚ, କନଷ୍ଟ୍ରକ୍ସନ, ମିନେରାଲ, ଶକ୍ତି, ଟ୍ରାନ୍ସପୋର୍ଟେସନ ଓ କେମିକାଲ ଆଦି କ୍ଷେତ୍ରରେ କାମ କରୁଥିବା ବେଳେ ଏସିଆ, ୟୁରୋପ, ଆମେରିକା, ଆଫ୍ରିକା ଓ ପୂର୍ବ ଏସିଆ ମହାଦେଶରେ ଏହାର କାର୍ଯ୍ୟାଳୟ ଓ କାରୋବାର ରହିଛି।