ମହାନଦୀରୁ ବିରାଟକାୟ ମାଛ ଉଦ୍ଧାର : ଦେଖଣାହାରୀଙ୍କ ନାହିଁନଥିବା ଭିଡ଼

Published By : Prameya-News7 Bureau | June 20, 2020 IST

ବୈାଦ୍ଧ ୨୦/୬: ବୈାଦ୍ଧ ଜିଲ୍ଲା ଦେଇ ଚିରସ୍ରୋତା ମହାନଦୀ ବୋହି ଯାଇଥିବାବେଳେ ଆଜି ଏହି ମହାନଦୀରୁ ଏକ ବିରାଟ ୪୦କିଲୋ ଓଜନର ମାଛ ମିଳିଥିବାର ଦେଖିବାକୁ ମିଳିଛି ।

ମାଛ ମାରିବା ପାଇଁ ମତ୍ସ୍ୟଜୀବିମାନେ ମହାନଦୀରେ ଜାଲ ଟାଣିଥିବାବେଳେ ଏହି ବିରାଟକାୟ ମାଛ ସେହି ଜାଲରେ ପଡିଥିଲା । ଉକ୍ତ ମାଛକୁ ବୈାଦ୍ଧ ବଜାରକୁ ବିକ୍ରି କରିବା ପାଇଁ ଏକ ବାଇକରେ ଅଣାଯାଉଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ବର୍ଷାଋତୁରେ ଏହି ମାଛମାନେ ମହାନଦୀରେ ଅଧିକ ଦେଖାଦେଇଥାନ୍ତି । ମାଛରେ ଅଧିକ କାତି ନଥିବାରୁ ଏହାର ଚାହିଦା ମଧ୍ୟ ବଜାରରେ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.