‘ବିଗ୍ବସ୍ରେ ସଲମାନଙ୍କ ଡ୍ରାମା, ନେଇଛନ୍ତି ୬୩୦ କୋଟି’…ଏଲିମିନେଟ୍ ହେବା ପରେ ଗର୍ଜିଲେ ହିମାନ୍ସି,କହିଲେ ଏତେ କଥା
6/01/2020 at 1:26 PM

ମୁମ୍ବାଇ୬|୧: ଟେଲିଭିଜନ ରିଆଲିଟି ଶୋ’ ବିଗ୍ବସ୍ ସିଜିନ୍ ୧୩ରୁ ହିମାନ୍ସି ଖୁରାନା ଏଲିମିନେଟ୍ ହୋଇସାରିଛନ୍ତି। ବିଗ୍ବସ୍ ସିଜିନ୍ ୧୩ରେ ହିମାନ୍ସି ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବିଗ୍ବସ୍ ୧୩ରେ ହିମାନ୍ସିଙ୍କ ଯାତ୍ରା ବହୁତ କମ ଦିନ ପାଇଁ ଥିଲା। ଶୋ’ରେ ଆସିମ୍ ରିୟାଜଙ୍କ ସହ ହିମାନ୍ସିଙ୍କର ବହୁତ ଭଲ ବଣ୍ଡିଙ୍ଗ ଥିଲା।

ଆସିମ୍ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ। ହେଲେ ହିମାନ୍ସି ଶୋ’ରେ କହିଥିଲେ ଯେ, ଆସିମ୍ କେବଳ ତାଙ୍କର ଜଣେ ଭଲ ସାଙ୍ଗ। ଏହା ସହ ହିମାନ୍ସିଙ୍କର ନିର୍ବନ୍ଧ ହୋଇସାରିଛି ବୋଲି ସେ ସ୍ପଷ୍ଟ କରି କହିଥିଲେ।

ତେବେ ଶୋ’ରୁ ଏଲିମିନେଟ୍ ହେବା ପରେ ହିମାନ୍ସି ବିଗ୍ବସ୍ର ହୋଷ୍ଟ ସଲମାନ ଖାନଙ୍କୁ ନେଇ କହିଛନ୍ତି ବଡ କଥା। ନିକଟରେ ସଲମାନ ଘର ଭିତରକୁ ଯାଇ ବାସନ ଧୋଇବା ସହ ଘର ସଫା କରିଥିଲେ। ଏହାକୁ ଡ୍ରାମା ବୋଲି କହିଛନ୍ତି ହିମାନ୍ସି। ଏହା ସହ ସେ କହିଛନ୍ତି ଯେ, ସଲମାନ ଖାନ ବାସନ ଧୋଇବା ପାଇଁ ୬୩୦ କୋଟି ଟଙ୍କା ନେଇଛନ୍ତି।

କିଛି ଦିନ ହେବ ଘରର ସଦସ୍ୟମାନେ କିଛି କାମ କରୁନଥିଲେ। ସେଥିପାଇଁ ସଲମାନ ନିଜେ ଘର ଭିତରକୁ ଯାଇ ସବୁ କାମ କରି ଘରସଫା କରିଥିଲେ। ସଲମାନ ବାଥରୁମ୍ ମଧ୍ୟ ସଫା କରିଥିଲେ। ଏନେଇ ହିମାନ୍ସି ସଲମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସବୁ ନାଟକ ବୋଲି କହିଛନ୍ତି ଖୁରାନା।

ହିମାନ୍ସିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏକସାଲୋନ୍ରେ ନିଜ ଥେରାପି କରାଉଥିବା ସମୟରେ ହିମାନ୍ସି ସଲମାନଙ୍କ ବିଷୟରେ ଏହି ସବୁ କଥା ନିଜ ସାଙ୍ଗଙ୍କୁ କହିଥିଲେ। ଏହା ସହ ହିମାନ୍ସି ଆସିମ୍ଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

ଏଥର ୱିକେଣ୍ଡ କା ବାରରେ ଯେତେବେଳେ ସଲମାନ ଆସିମ୍ଙ୍କର କ୍ଲାସ ନେଉଥିଲେ ତାଙ୍କ ଫ୍ୟାନ୍ସ ଏହା ପସନ୍ଦ କରିନଥିଲେ। ସୋସିଆଲ ମିଡିଆରେ ଆସିମ୍ଙ୍କୁ ସପୋର୍ଟ କରି ଅନେକ ଫ୍ୟାନ୍ସ #ViewersChoiceAsim ବୋଲି ପୋଷ୍ଟ କରିଥିଲେ। ୟୁଜର୍ସଙ୍କର ଏହି ପୋଷ୍ଟ ପରେ ଆସିମ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ହିମାନ୍ସି ମଧ୍ୟ ଆସିମ୍ଙ୍କୁ ସପୋର୍ଟ କରି ଅନେକ ଜିନିଷ ପୋଷ୍ଟ କରିଛନ୍ତି। ସେ ଆସିମ୍ଙ୍କ ପାଇଁ ଗର୍ବିତ ବୋଲି ଟୁଇଟ୍ କରି କହିଛନ୍ତି।