Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||

ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସାର୍ବଜନିକ କଲେ ବିଗ୍ ବି, କହିଲେ ପୂର୍ବରୁ ଯକ୍ଷ୍ମା ପୀଡିତ ଥିଲି ଏବେ ଭୋଗୁଛି ଏହି ସମସ୍ୟା, ଜାଣନ୍ତୁ କହିଲେ କ’ଣ

21/08/2019 at 7:28 PM

ମୁମ୍ବାଇ:  ବଲିଉଡ୍ ବିଗ୍ ଷ୍ଟାର ଅମିତାଭଙ୍କ ଲାଗି ତାଙ୍କର ଅଧିକାଂଶ ଫ୍ୟାନ ସର୍ବଦା କୁଶଳମଙ୍ଗଳ କାମନା କରୁଛନ୍ତି। ସେ ଏବେ ଯେଉଁ ବୟସରେ ପାଦ ଥାପିଛନ୍ତି ସେହି ବୟସର ଲୋକେ ଘରେ ଖଟିଆ ଜାବୁଡି ପଡି ରହିବା କଥା। ହେଲେ ଫିଲ୍ମରେ ଆକ୍ସନ ଲାଗି ଆଜିର ଦିନରେ ଅମିତାଭ ଯେପରି ଶାହସ କରିପାରନ୍ତି ସେପରି ଶାହସ ହୁଏତ ଯୁବ ଅଭିନେତା ବି କରିପାରିବେନି। କିନ୍ତୁ ଅମିତାଭଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ସମସ୍ତଙ୍କୁ ଚିନ୍ତିତ କରିଛି। ଯାହାକୁ ନେଇ ଏବେ ତାଙ୍କର ଅଧିକାଂଶ ଫ୍ୟାନ ଭାଙ୍ଗିପଡିଛନ୍ତି। ତେବେ ଆସନ୍ତୁ ଜାଣିବା କେମିତି ଅଛନ୍ତି ବିଗ୍ ବି।

କିଛି ଦିନ ପୂର୍ବେ ଅମିତାଭ ଯକ୍ଷ୍ମାରେ  ଆକ୍ରାନ୍ତ ହୋଇଥିବା ନେଇ ପ୍ରକାଶ କରିଥିଲେ। ଯାହା ତାଙ୍କର ଅନେକ ଫ୍ୟାନଙ୍କୁ ବ୍ୟଥିତ କରିଥିଲା। ହେଲେ ଏବେ ଏକ ଘରୋଇ କାର୍ଯ୍ୟକ୍ରମରେ ସମସ୍ତଙ୍କ ସମ୍ମୁଖରେ ସେ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଡାଜ୍ଜୁବ କରିଦେଇଛି। ଅମିତାଭ ତାଙ୍କର ୭୫ ପ୍ରତିଶତ ଜକୃତ ଖରାପ ହୋଇ ସାରିଥିବା ଏହି ଅବସରରେ କହିଥିଲେ। ଫଳରେ ଅମିତାଭଙ୍କ ଉପସ୍ଥିତି ଯୋଗୁ ଭରାପୁରା ଲାଗୁଥିବା କାର୍ଯ୍ୟକ୍ରମର ପରିବେଶ ଅଚାନକ ଫିକା ହୋଇଯାଇଥିଲା।   ଅମିତାଭ  କହିଥିଲେ ଯେ ମୁଁ ନିଜକୁ ସର୍ବଦା ଆପଣମାନଙ୍କ ସମ୍ମୁଖରେ ଉଦାହରଣ ରୂପେ ଉପସ୍ଥାପିତ କରିଆସୁଛି। ଚାହୁଁଛି ଆପଣମାନେ ମଧ୍ୟ ଜାଣନ୍ତୁ ଓ ସତେତନ ହୁଅନ୍ତୁ। ଏଣୁ ମୁଁ ସମସ୍ତଙ୍କ ସମ୍ମୁଖରେ ନିଜକୁ ଜଣେ ଟିବି ରୋଗୀ କି ହେପାଟାଇଟିସ୍ ବିରେ ଆକ୍ରାନ୍ତ ବୋଲି କହିବାକୁ ଦ୍ୱିଧା ବି ଲାଗୁନି।

ଅମିତାଭ କହିଥିଲେ ଖରାପ ରକ୍ତ ପ୍ରବାହ ଯୋଗୁ ମୋର ୭୫ ପ୍ରତିଶତ ଲିଭର ଅକାମୀ ହୋଇଯାଇଛି। ମୁଁ ଏହାକୁ ଚିହ୍ନଟ କରି ଚିକିତ୍ସା କରିବା ଯୋଗୁ ୨୦ ବର୍ଷ ପରେ ୨୫ ପ୍ରତିଶତ ଲିଭରରେ ବି ମୁଁ ଆପଣମାନଙ୍କ ସମ୍ମୁଖରେ ଛିଡା ହୋଇ କଥା ହୋଇପାରୁଛି ବୋଲି କହିଥିଲେ।    ପୋଲିଓ, ହେପାଟାଇଟିସ୍-ବି, ଟିବି ଓ ମଧୂମେହ ଭଳି ସ୍ୱାସ୍ଥ୍ୟ ଅଭିଯାନ ସହ ନିଜକୁ ସମ୍ପୃକ୍ତ କରିଥିବା ଅମିତାଭ ଲୋକଙ୍କୁ ଏ ସବୁ ବେମାରୀ ନେଇ ସଚେତନ କରିବା ସହ ଏହାର ପରୀକ୍ଷଣ ଓ ଚିକିତ୍ସା ଲାଗି ଲୋକଙ୍କୁ ନିବେଦନ କରିଥିଲେ। ଅମିତାଭଙ୍କ ବଲିଉଡ ଗତିବିଧି ଦେଖିବାକୁ ଗଲେ ଚିରିଞ୍ଜିବୀଙ୍କ ସହ ତାଙ୍କର ‘ଶେରା ନରସିଂହା ରେଡ୍ଡୀ’ର ଟିଜର ନିକଟରେ ରିଲିଜ୍ ହୋଇଛି। ଯେଉଁଥିରେ ମହାନାୟକଙ୍କ ଭୂମିକାକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି ।

   Related Posts