ମିଶିକି ମଦ ପିଉଥିଲେ, ହଠାତ ୨ ଗୋଷ୍ଠୀ ମଧ୍ୟରେ ହେଲା ପାଟିତୁଣ୍ଡ : ଛୁରାମାଡରେ ୪ ଆହତ

Published By : Prameya-News7 Bureau | September 11, 2021 IST

ସାନଖେମୁଣ୍ଡି, ୧୧।୦୯ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ।  ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି  ଗଣ୍ଡଗୋଳ ପରେ ଛୁରାରେ ପରସ୍ପର ଉପରେ ଆକ୍ରମଣ କରିଥିଲେ ।

{"id":509563,"sizeSlug":"full","linkDestination":"none"}

ସୂଚନା ଅନୁସାରେ, ଦିଗପହଣ୍ଡି- ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଦୁଇଟି ଗ୍ରାମର ଯୁବକମାନେ  ନିକଟସ୍ଥ ନିଛାଟିଆ ଜାଗାରେ ମଦ ପିଉଥିଲେ । ତେବେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଓ ପରେ ଛୁରା ମାଡ ହୋଇଥିଲା ।

{"id":509567,"sizeSlug":"full","linkDestination":"none"}

ଏଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ବାଇକ ଛାଡି ଯୁବକମାନେ ଚମ୍ପଟ ମାରିଥିଲେ । ରାସ୍ତାକଡରେ ୪ - ୫ ବାଇକ୍ ଏଣେତେଣେ ପଡି ରହିଥିବା ଦେଖିବାକୁ ମିଳିଥିଲା। ପୋଲିସ ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରିଛି । ଗଣ୍ଡଗୋଳ ପରେ ଉକ୍ତ ସ୍ଥାନରେ ପୋଲିସ ବାଇକ୍ ଜବତ କରିବା ସହ ରାସ୍ତାରେ ଯାନବାହନ ଯାଞ୍ଚ କରୁଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.