ସୋସିଆଲ୍ ମିଡିଆରେ ଭାଉଜ-ଦିଅରଙ୍କ ବିବାଦୀୟ ଫଟୋ : ମହିଳାଙ୍କ ଅଭିଯୋଗ ପରେ ଲିଙ୍କ୍ ଖୋଜୁଛି ପୋଲିସ
2/01/2021 at 2:32 PM

କଟକ,୦୨/୦୧: ମହିଳାଙ୍କ ଫଟୋ ଏଡିଟ୍ କରି ଭାଇରାଲ କଲା ଯୁବକ । ଭାଉଜର ଫଟୋକୁ ଏଡିଟ୍ କରି ଦିଅର ସହ ଯୋଡିଦେଲା । ଏପରି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି କଟକ ସହର ପୁରୀଘାଟ ଅଞ୍ଚଳରେ । ଜଣେ ମହିଳାଙ୍କ ଫଟୋକୁ ଏଡିଟ୍ କରି ତାଙ୍କ ଦିଅର ଫଟୋ ସହ ଯୋଡ଼ି ଫେସ୍ବୁକ୍ରେ ଭାଇରାଲ୍ ହେବା ଘଟଣା ସାମ୍ନାକୁ ଆସିବା ପରେ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜାଣିବା ପରେ ମହିଳା ଜଣକ ଥାନାରେ ଏତଲା ଦାୟର କରିଛନ୍ତି ।
ସୂଚନା ଅନୁସାରେ, ପୁରୀଘାଟ ଥାନା ଅଞ୍ଚଳରେ ଏକ ପରିବାରରେ ଦୁଇ ଭାଇ ରହୁଛନ୍ତି । ଦୁହେଁ ବିବାହିତ। ତେବେ ସାନ ଭାଇର ପତ୍ନୀ କିଛି ଦିନ ହେଲା ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପାରିବାରିକ କଳହ ପାଇଁ ମହିଳା ଜଣକ ଏଭଳି କରିଥିବା କୁହାଯାଉଛି। କିନ୍ତୁ ଗତ କିଛି ଦିନ ଧରି ସାନ ଭାଇ ସହିତ ତାଙ୍କର ଭାଉଜଙ୍କର ଅନୈତିକ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଥିଲା। ଏପରିକି କେହି ଉଭୟ ଭାଉଜ-ଦିଅରଙ୍କ ଫଟୋକୁ ଯୋଡ଼ି ଫେସ୍ବୁକ୍ରେ ଛାଡ଼ି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।
ଏ ସଂପର୍କରେ ମହିଳା ଜଣକ ଜାଣିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତାଙ୍କୁ ଜାଣିଶୁଣି ବଦନାମ କରାଯାଉଥିବା ସେ ପୁରୀଘାଟ ଥାନାରେ କହିଛନ୍ତି । ଏହାସହ ଏତଲା ମଧ୍ୟ ଦେଇଛନ୍ତି । ଏହି ଘଟଣା ପଛରେ କିଛି ପଡୋଶୀ ଓ ସମ୍ପର୍କୀୟଙ୍କ ହାତ ଥିବା କୁହାଯାଉଛି। ଅଭିଯୋଗ ଆଧାରରେ ପୋଲିସ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି ।