ଗଛ ଉପର ବସିଛି ଭାଲୁ, ଗ୍ରାମବାସୀ ଭୟଭୀତ

Published By : Prameya-News7 Bureau | January 23, 2022 IST

ଉମରକୋଟ ୨୩।୦୧ : ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ଭାଲୁ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ଗ୍ରାମକୁ ଏକ ଭାଲୁ ପଶି ଆସିଛି। ଗ୍ରାମବାସୀମାନେ ଭାଲୁଟିକୁ ଟେକା ପଥର ମାରିବାରୁ ଭାଲୁଟି ଭୟରେ ନିକଟରେ ଥିବା ଏକ ନିମ୍ଵ ଗଛ ଉପରକୁ ଚଢି ଯାଇଛି। ତେବେ ଖବର ପାଇ ବନ ବିଭାଗ ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଭାଲୁଟି ଗଛ ଉପରେ ବସି ରହିଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖୁବ୍ ଶୀଘ୍ର ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.