ଆତଙ୍କ ଖେଳିଛି ମୋବାଇଲ ଗେମ ମୋମୋ

Published By : Prameya-News7 Bureau | September 02, 2018 IST

ମୋମୋ : ଏକ ମୋବାଇଲ ଗେମ ଯାହା ଆତଙ୍କ ଖେଳିଛି | ଯୁବପିଢ଼ିଙ୍କୁ ନିଜ କବଳକୁ ଟାଣି ଆଣୁଛି | ଠାରେ ଯିଏ ଏହାର କବଜାରେ ପଡୁଛି ସେ ଏଥିରୁ ବର୍ତ୍ତୀ ପାରୁନାହିଁ | ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ମଧ୍ୟ ନେଉଛନ୍ତି କୋମଳମତି ଯୁବକ ଯୁବତୀ | ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାହା ଏହି ଗେମର ଭୟାବହତା ସମ୍ପର୍କରେ ସୁଚାଇଦେଉଛି | ଯୁବପିଢ଼ିଙ୍କୁ ଗ୍ରାସ କରିଛି ଏହି ମୋମୋ ଗେମ | ଜଣକ ପରେ ଜଣେ ଚାଲି ଆସୁଛନ୍ତି ମୃତ୍ୟୁର ପଞ୍ଝା ଭିତରକୁ | ବିପଦଜନକ ଅନଲାଇନ ଗେମ ଖେଳି ପ୍ରାଣ ହରାଇଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ର | ୨୨ ତାରିଖ ସକାଳ ୭ଟା ରେ ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ପାଖରେ ଥିବା ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ୬ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ | ଥିସ ସେହିପରି ପଶ୍ଚିମବଙ୍ଗର ଦାର୍ଜିଲିଂ ଅଂଚଳର ମନୀଷ ନାମକ ଜଣେ ଯୁବକ ମୋମୋ ଜାଲରେ ଫସିଯାଇଥିଲେ | ମୋମୋ ଖେଳିବା ପରେ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ ମନୀଷ | ଆତ୍ମହତ୍ୟା ପୂର୍ବରୁ ଏକ ଚିଠିରେ ମୋମୋ ଗେମ ସମ୍ପର୍କରେ ସେ ଲେଖିଥିଲେ | ସେହିଭଳି କୁରେସିଆଙ୍ଗ ଅଂଚଳରେ ଗେମ ଖେଳି ଆତ୍ମହତ୍ୟା କରିଥିଲେ ଆଉ ଜଣେ ଯୁବତୀ | ମୋମୋ ଗେମର ଲିଙ୍କ ଆସେ ହ୍ୱାଟ୍ସ ଆପରେ | ଏହାର ଟାର୍ଗେଟରେ ଥାନ୍ତି କୋମଳମତି ଛାତ୍ରଛାତ୍ରୀ | କିନ୍ତୁ ଖେଳ ବୁଝିବା ଆଗରୁ ଏମାନେ ତାର ଫାଶରେ ପଡିଯାଇଥାନ୍ତି | ଏହି ଘାତକ ଖେଳରୁ କିଭଳି ବର୍ତ୍ତୀ ପାରିବେ ଏହାକୁ ଆଖି ଆଗରେ ରଖି ଓଡିଶା କ୍ରାଇମବ୍ରାଞ୍ଚ ଏକ ଆଡ଼ଭାଇଜାରୀ ଜାରି କରିଛି | ଉଭୟ ଅଭିଭାବକ ଓ ଶିକ୍ଷକମାନଙ୍କୁ ସତର୍କ ଓ ସଜାଗ ରହିବା ଲାଗି ଏଥିରେ ପରାମର୍ଶ ଦିଆଯାଇଛି | ମୋମୋ ଗେମ ଯେଭଳି କାହାରି ଜୀବନ ନନେଉ ସେଥିପ୍ରତି ସତର୍କ ରହିବା ସବୁଠୁ ଜରୁରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.