ଶୌଚ ପାଇଁ ଯାଇଥିଲେ, ପଡିଗଲେ ଭାଲୁ ହାବୁଡ଼ରେ...

Published By : Prameya-News7 Bureau | January 18, 2022 IST

ତେଲକୋଇ ୧୮।୦୧ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଭାଲୁ ଆତଙ୍କ । ଶୌଚ ପାଇଁ ଯାଇଥିବା ବେଳେ ଝୁଣି ଦେଲା ଭାଲୁ । ଏଥିରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ସୋମବାର ପଡ଼ାଙ୍ଗ ପଞ୍ଚାୟତର ଶଙ୍କଲେଇ ଗାଁରୁ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି ଭାଲୁ । ଏହାପରେ ସଂଧ୍ୟା ସମୟରେ ଗାଁର ସାଧୁ ଗାଗରାଇ ଗାଁ ନିକଟ ନାଳକୁ ଶୌଚ ପାଇଁ ଯାଇଥିବା ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ସାଧୁଙ୍କୁ ଶୁଣି ପକାଇଥିଲା । ସାଧୁଙ୍କ ପାଟି ଶୁଣି ଗାଁ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଭାଲୁଙ୍କ ଏଭଳି ଉତ୍ପାତରେ ଅଞ୍ଚଳ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.