ଏସିଆ କପ୍ ୨୦୨୦ : ପାକିସ୍ତାନରେ ଖେଳିବ ନାହିଁ ଭାରତ

Published By : Prameya-News7 Bureau | January 29, 2020 IST

ମୁମ୍ବାଇ ୨୯।୦୧: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ଗସ୍ତରେ ଯିବ ନାହିଁ ଭାରତୀୟ କ୍ରିକେଟ ଦଳ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  (BCCI) ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇଦେଇଛି । ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ। ଏବଂ ପାକିସ୍ତାନର ଏସିଆ କପ୍‌ ଆୟୋଜନ ନେଇ ଭାରତର କୌଣସି ଆପତ୍ତି ନାହିଁ ବୋଲି BCCI ପକ୍ଷରୁ ସୂଚନା ମିଳିଛି । 

{"id":217291,"sizeSlug":"large"}

ପାକିସ୍ତାନରେ ଚଳିତ ବର୍ଷ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ୍‌ ପୂର୍ବରୁ ଏହା ଭାରତ ପାଇଁ ଏକ ଭଲ ଅଭ୍ୟାସ ହେବ ବୋଲି ଅନୁମାନ କରାଯାଉଥିଲା ।ତେବେ  BCCIର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପାକିସ୍ତାନ ଏସିଆ କପ୍‌ ଆୟୋଜନରେ ଭାରତର କୌଣସି ଆପତ୍ତି ନାହିଁ , କିନ୍ତୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିପାରିବ ନାହଁ । ଭାରତ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରଶ୍ନ ଉଠାଉନାହିଁ, କିନ୍ତୁ ଖେଳାଯିବା ସ୍ଥାନକୁ ନେଇ ଅସୁବିଧା ରହିଛି ।

{"id":217297,"sizeSlug":"large"}

ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଯେଭଳି ପରିସ୍ଥିତି ରହିଛି । ତାହା ମଧ୍ୟରେ ଭାରତ ପାକିସ୍ତାନ ଗସ୍ତ କରିବା ଉଚିତ ହେବ ନାହିଁ । ତେବେ କେବଳ ଏସିଆ କପ୍‌ ନୁହେଁ, ଅନ୍ୟ କୌଣସି ପ୍ରକାର ସିରିଜ ଖେଳିବାକୁ ମଧ୍ୟ ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ ।

{"id":217296,"sizeSlug":"large"}

ଭାରତ ବିନା ଯଦି ଏସିଆ କପ୍ ଟୁର୍ଣ୍ଣମେଣ୍ଟ ଆୟୋଜନ ପାଇଁ ଏସିଆ କ୍ରିକେଟ ପରିଷଦ ଚାହୁଁଛି , ତାହା ଭିନ୍ନ କଥା । ଭାରତ ଏସିଆ କପ୍‌ରେ ଭାଗନେବାକୁ ହେଲେ , ଏସିଆ କପ୍‌ ପାକିସ୍ତାନରେ ନହୋଇ ଅନ୍ୟ ବିକଳ୍ପ ସ୍ଥାନରେ ହେବା ଉଚିତ୍ ।

{"id":217292,"sizeSlug":"large"}

୨୦୧୮ ଏସିଆ କପ୍‌ ଭାରତରେ ହେବାର ଥିଲା । କିନ୍ତୁ ପାକିସ୍ତାନୀ ଖେଳାଳିଙ୍କ ଭିସାକୁ ନେଇ ସମସ୍ୟା ଦେଖାଦେବାରୁ ଟୁର୍ଣ୍ଣାମେଣ୍ଟ  ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା । BCCI ଏହାର ଆୟୋଜକ ଥିଲା । ତେଣୁ ପାକିସ୍ତାନ ବୋର୍ଡ ମଧ୍ୟ ବିକଳ୍ପ ସ୍ଥାନ ପାଇଁ ଚିନ୍ତା କରିପାରିବ । ଟୁର୍ଣ୍ଣାମେଣ୍ଟ ପାଇଁ ବିକଳ୍ପ ସ୍ଥାନ ରହିବା ଜରୁରୀ ଅଟେ । ଯାହା BCCI ୨୦୧୮ରେ କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।  

{"id":217295,"sizeSlug":"large"}

ପାକିସ୍ତାନରେ ୨୦୦୯ରେ ଶ୍ରୀଲଙ୍କ କ୍ରିକେଟ ଟିମ୍ ବସ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେବେଠାରୁ ପାକିସ୍ତାନରେ ଅନ୍ତରଷ୍ଟ୍ରୀୟ କ୍ରିକେଟ ମ୍ୟାଚ ହୋଇନାହିଁ । କିନ୍ତୁ କିଛି ଦିନ ତଳେ ଶ୍ରୀଲଙ୍କା ଟିମ୍‌ ପାକିସ୍ତାନ ଗସ୍ତ କରିଥିଲା । ଏବଂ ପରେ ବାଂଲାଦେଶ ଟିମ୍‌ ମଧ୍ୟ ପାକିସ୍ତାନ ଗସ୍ତ କରିଛି । ତେବେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଲାଗି ରହିଛି । ଏଭଳି ସ୍ଥିତିରେ ଭାରତ ପାକିସ୍ତାନ ଗସ୍ତ କରିବାକୁ ଚାହୁନାହଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.