ବସ୍ତା ଅଞ୍ଚଳରେ ହାତୀ ଆତଙ୍କ : ଖାଇଲେ ଫସଲ, ଭାଙ୍ଗିଲେ ଗଛ

Published By : Prameya-News7 Bureau | December 05, 2021 IST

ଜଳେଶ୍ୱର, ୦୫/୧୨ :  ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଟକଟା ପଞ୍ଚାୟତରେ ୧୮ ଟିକିଆ ହାତୀ ପଲଙ୍କ ଉପଦ୍ରଵ  । ଭାଙ୍ଗିଲେ  ବହୁ ଗଛ । ନଷ୍ଟ କଲେ ବହୁ ଧାନ ଖେତ । ତେବେ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ନଟାକଟା ପଞ୍ଚାୟତରେ ଗତ ଶନିବାର ରାତି ସମୟରେ ୧୮ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରଵ କରିଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ବସନ୍ତପୁର, ନରଣପୁର, ଶ୍ୟାମସୁନ୍ଦରପୁର, ବଡ଼ ଚାରିଗାଁ , ଛୋଟ ଚାରିଗାଁରେ ବହୁ ଧାନ ବିଲରୁ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଏହା ସହିତ ଗଛ ପତ୍ର ଭାଙ୍ଗି ଦେଇଛନ୍ତି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀ ପଲ ଗାଁରେ ତାଣ୍ଡବରଚିଥିଲା ବେଳେ ବନ ବିଭାଗ ଘଉଡାଇବାରେ ବିଫଳ ହୋଇଥିଲା । ଏବେ ହାତୀ ପଲ ପାଖ ଜଙ୍ଗଲରେ ଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.